ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୋ ବସ’ରୁ ପୁଣି ଚୋରି ଅଭିଯୋଗ ହୋଇଛି । ୧୮ନଂ ରୁଟ୍ରେ ବରମୁଣ୍ଡାରୁ କଟକ ଜଗତପୁର ଚାଲୁଥିବା ଏକ ମୋ ବସ୍ରୁ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଙ୍କୀ ଥାନା ବିଲୁପଡ଼ା ବଡ଼ପଦନପୁରର ରାଜକିଶୋର ଜେନାଙ୍କ ଠାରୁ ଏହି ଚୋରି ହୋଇଛି। ଏନେଇ ସେ ଭୁବନେଶ୍ୱର ଚନ୍ଦ୍ରଶେଖର ଥାନାରେ ଅଭିଯୋଗ କରିଛନ୍ତି। ରାଜକିଶୋର ଜେନାଙ୍କ କହିବା ଅନୁଯାୟୀ ସେ ତାଙ୍କ ପରିବାର ସହିତ ଏକ ବସ୍ରେ ବାଙ୍କୀରୁ ଆସି ତ୍ରିଶୂଳିଆ ନିକଟରେ ଓହ୍ଲାଇଥିଲେ। ସେଠାରୁ ସେମାନେ ଭୁବନେଶ୍ୱର ଆସିବା ପାଇଁ ‘ମୋ ବସ୍’ରେ ଚଢ଼ିଥିଲେ। ହେଲେ ଗନ୍ତବ୍ୟସ୍ଥଳରେ ଓହ୍ଲାଇପୂର୍ବରୁ ସେ ତାଙ୍କ ପକେଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ସେ ଘଟଣା ସଂପର୍କରେ ବସ୍ କର୍ମଚାରୀଙ୍କୁ କହିଥିଲେ। ବସ୍ କର୍ମଚାରୀ ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ହେଲେ ଟଙ୍କା ମିଳି ନଥିଲା। ଏହା ପରେ ରାଜକିଶୋର ଜେନା ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଏତଲା ଦେଇଥିବା ଜଣାପଡିଛି |






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..