Report Card Odisha

| Daily Odia News

ବିବାହ ମଣ୍ଡପରେ ଲୁଟି ନେଲେ ଗହଣା ବ୍ୟାଗ…..

best Banquet Hall in Meerut

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଲୁଟେରା କିଛି ଜାଗା ଛାଡୁ ନାହାନ୍ତି | ଏବେ ଲୁଟେରାଙ୍କ ଟାର୍ଗେଟ ବିବାହ ମଣ୍ଡପ ଉପରେ । ଗେଷ୍ଟ ପରି ଆସିଲା ମଣ୍ଡପରୁ ଗହଣା ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ ମାରୁଛନ୍ତି ଲୁଟେରା । ଗତ ୨୩ ତାରିଖ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଏକ ବିବାହ ଉତ୍ସବରେ ଏପରି ଉପାୟରେ ୨ ଲକ୍ଷର ଗହଣା ନେଇ ଚମ୍ପଟ ମାରିଛି ଅଭିଯୁକ୍ତ । ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ରାଜଧାନୀର କେସୁରା ଅଞ୍ଚଳ ସ୍ଥିତ ପଲ୍ଲବୀ ମଣ୍ଡପରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବନ୍ଧୁବାନ୍ଧବଙ୍କ ଗହଳି ଜମିଥିବା ବେଳେ ଘର ଲୋକ ପରି ଏଣ୍ଟ୍ରି କଲେ ୨ ଲୁଟେରା। ପ୍ରଥମେ ଜଣେ ନାବାଳକ ପ୍ରବେଶ କରିଥିଲା। ଏହାର କିଛି ସମୟ ପରେ ପଶିଲେ ଜଣେ ଯୁବକ । ଉଭୟଙ୍କୁ ଗେଷ୍ଟ ଭାବି କେହି ବି ସନ୍ଦେହ କରି ନ ଥିବା ବେଳେ ଉଭୟ ଲୁଟେରା ବି ବେଶ୍‌ ସ୍ୱାଭାବିକ ବ୍ୟବହାର କରିଥିଲେ। ଏହାପରେ ସୁବିଧା ଦେଖି ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଲେ। ପରିବାର ଲୋକ ଗହଣା ଖୋଜାଖୋଜି କରିବା ପରେ ସିସିଟିଭି ଫୁଟେଜରୁ ଲୁଟ୍ ସମ୍ପର୍କରେ ଜଣାପଡ଼ିଲା । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ। ଏନେଇ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଜଣକ କହିଛନ୍ତି, ଗତ ୨୩ ତାରିଖରେ ମୋ ଝିଅ ବାହାଘର ହେଉଥିଲା। ସେଠାରେ ବନ୍ଦାଇବା ନିମନ୍ତେ ଏକ ବ୍ୟାଗରେ ଗୋଟିଏ ହାର, ୨ଟି କାନଫୁଲ ଓ ୫ଟି ମୁଦି ନେଇ ମଣ୍ଡପକୁ ଆଣିଥିଲେ | ବ୍ୟାଗ୍‌ଟିକୁ ରଖି ବିବାହ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଏହି ସମୟରେ ଏକ ୧୦-୧୨ ବର୍ଷର ପିଲାଟି ଆସି ସେଠାରେ କିଛି ସମୟ ବସିଥିଲା। ମୋ ଭଉଣୀ କିଛି ସମୟ ପାଇଁ ବାହାରକୁ ଯିବା ବେଳେ ସୁଯୋଗ ଦେଖି ଛୁଆଟି ଉକ୍ତ ବ୍ୟାଗ୍‌ ଧରି ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏନେଇ ଖୋଳତାଡ଼ କରିବା ପରେ ସିସିଟିଭି ଫୁଟେଜରୁ ଉକ୍ତ ପିଲାଟି ସାଙ୍ଗରେ ଜଣେ ଯୁବକ ଥିବା ଦେଖିବାକୁ ମିଳିଛି।

Breaking News