Report Card Odisha

| Daily Odia News

ଆଦାନୀ ଲିଙ୍କ ଫାର୍ମ ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଲର୍ଡ ଜୋ ଜନସନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହିଣ୍ଡେନବର୍ଗ ରିପୋର୍ଟ ପରେ ସମ୍ପତ୍ତି ହରାଇ ଚାଲିଥିବା ଆଦାନୀ ଗ୍ରୁପ୍‌ର ଚିନ୍ତା ବଢ଼ିବାରେ ଲାଗିଛି। କମ୍ପାନୀର ଶେୟାର ମୂଲ୍ୟ କ୍ରମାଗତ ହ୍ରାସ ପାଉଛି । ସ୍ଥିତି ଏପରି ହୋଇଛି ଯେ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ ବିଶ୍ୱ ଧନୀ ତାଲିକାର ୧୬ତମ ସ୍ଥାନକୁ ଖସି ସାରିଲେଣି। ଆଦାନୀ ଗ୍ରୁପ୍‌ ସହ ମିଶି ଚାଲିଥିବା ଗୋଟିଏ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାଇ ଲର୍ଡ ଜୋ ଜନସନ। ସେ ଆଦାନୀ ଇଣ୍ଟରପ୍ରାଇଜେସ୍‌ର ସହ ମିଶି କାମ କରୁଥିବା ଲଣ୍ଡନ ଭିତ୍ତିକ ଗୋଟିଏ ଇନଭେଷ୍ଟମେଣ୍ଟ ଫାର୍ମର ନିର୍ଦ୍ଦେଶକ ଥିଲେ। କିନ୍ତୁ ଆଦାନୀ ଗ୍ରୁପ୍‌ର ବିଶ୍ୱସନୀୟତା ହ୍ରାସ ପାଉଥିବାରୁ ଜୁନିୟର ଜନସନ ଉକ୍ତ ଇନଭେଷ୍ଟମେଣ୍ଟ କମ୍ପାନୀର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ଛାଡ଼ି ଦେଇଛିବ ସୂଚନା ମିଳିଛି |

Breaking News