ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହି ଲଘୁଚାପ ଓଡିଶା ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୪ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତି କାଳରେ ୫ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ । ଅଥିସହିତ ଏହି ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ସହ ୮ ତାରିଖ ମଧ୍ୟରେ ତଟବର୍ତ୍ତୀ ଅଞ୍ଚଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଲଘୁଚାପ ୮ ତାରିଖରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା ରହବା ସହ ଏହା ଓଡିଶା ଉପରେ ଏହି ଲଘୁଚାପର ପ୍ରଭାବ ପଡିବ ନାହିଁ ବୋଲି ଆକଳନ କରାଯାଉଛି । ତେବେ ଏହି ଲଘୁଚାପ କାରଣରୁ ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରଭାବ କମିବାର ଲାଗିଛି । ଏଥିସହିତ ଗତ ୨ ରୁ ୩ ଦିନ ହେବ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ଲଘୁଚାପ କାରଣରୁ ଡିସେମ୍ବର ୩ରୁ ୬ ଭିତରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ଫଳରେ ଏହି ସମୟରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।
More Stories
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..
ଆଦାନୀଙ୍କ ନିୟନ୍ତ୍ରଣରେ ମୋଦୀ…..
ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ…..