ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳ ୭ରୁ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସକାଳ ୭ଟା ୩୦ରେ କୋର୍ଟ ବସିବେ ଓ ଦିନ ୧୦ଟାରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ବିରତି ରହିବ। ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ଏପରି ସକାଳ କୋର୍ଟ ବ୍ୟବସ୍ଥା ଜାରି ରହିବ ବୋଲି ଜଣାପଡିଛି। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଓ ପୁରୀ ସଦରକୁ କିନ୍ତୁ ଏପରି ସକାଳୁଆ ବ୍ୟବସ୍ଥାରୁ ବାଦ ଦିଆଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜ୍ଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ