ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧିପରେ ଅଣ ରିଆତି ୧୪.୨ କିଲୋଗ୍ରାମ ଏଲପିଜି ଥିବା ସିଲିଣ୍ଡର ମୂଲ୍ୟ ନୂଆଦିଲ୍ଲୀରେ ୮୯୯ ଟଙ୍କା ୫୦ ପଇସା ଏବଂ ୫ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୫୦୨ ଟଙ୍କା ହୋଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ରିଆତି ଓ ଅଣ ରିଆତି ସିଲିଣ୍ଡର ପିଛା ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଏବଂ ଡଲାର-ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟରେ ହ୍ରାସ ବୃଦ୍ଧି ଏଲପିଜି ମୂଲ୍ୟ ପରିବର୍ତ୍ତନର କାରଣ ବୋଲି କୁହାଯାଇଛି । ଇତିମଧ୍ୟରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ବୃଦ୍ଧିପାଇ ୨୦୧୪ ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏଥିସହିତ ମଙ୍ଗଳବାର ଦିନ ଡଲାର ପିଛା ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କା ୫୦ ପଇସାରୁ ଅଧିକ ରହିଥିଲା ।






More Stories
ଉଛେଦ ହେଲା ପ୍ରଣବଙ୍କ ଫାର୍ମ ହାଉସ ଜମି…..
ଲିଭିବାର ନାଁ ନେଉନି ସୁପର ମାର୍ଟର ନିଆଁ…..
ଜାଳିଦେଲେ ଆମ-ବସ୍……