Report Card Odisha

| Daily Odia News

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ମୂଲ୍ୟ। ଦିଲ୍ଲୀରେ ୧୯ କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍‌‌ ୯୧.୫୦ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ଦାମ୍‌‌ ୨,୦୨୮ ଟଙ୍କାରେ ମିଳିବ।   ଘରୋଇ ସିଲିଣ୍ଡର ଦାମ୍‌‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଦେଶର ଗ୍ୟାସ କମ୍ପାନୀ ପ୍ରତ୍ୟେକ ମାସରେ ପହିଲାରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ସ୍ଥିର କରିଥାଆନ୍ତି। ପେଟ୍ରୋଲିୟମ ଓ ତୈଳ କମ୍ପାନୀମାନେ ଚଳିତ ବର୍ଷ ମାର୍ଚ୍ଚରେ ବ୍ୟବସାୟିକ ସିଲିଣ୍ଡରର ଦାମ୍‌‌ ୩୫୦.୫୦ ପ୍ରତି ୟୁନିଟ୍‌‌ ବୃଦ୍ଧି ସହ ଘରୋଇ ସିଲିଣ୍ଡରର ଦାମ୍‌‌ ମଧ୍ୟ ୫୦ ଟଙ୍କା ପ୍ରତି ସିଲିଣ୍ଡର ବୃଦ୍ଧି ହୋଇଥିଲା। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ବ୍ୟବସାୟିକ ସିଲିଣ୍ଡରରେ ୨୫ ଟଙ୍କା ପ୍ରତି ୟୁନିଟ୍‌‌ ବୃଦ୍ଧି ହୋଇଥିଲା। ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ଗତ ବର୍ଷ ସେପ୍ଟେମ୍ବର ମାସରେ ଶେଷ ଥର ୯୧.୫୦ ଟଙ୍କା ପ୍ରତି ୟୁନିଟ୍‌‌ ହିସାବରେ ହ୍ରାସ ହୋଇଥିଲା। ଅଗଷ୍ଟ୧ରେ ୨୦୨୨ରେ ମଧ୍ୟ ସିଲିଣ୍ଡର ଦାମ୍‌‌ ୩୬ ଯଙ୍କା ପ୍ରତି ୟୁନିଟ୍‌‌ ହିସାବରେ ହ୍ରାସ ହୋଇଥିଲା। ସେହିପରି ଜୁଲାଇ ୬ରେ ବ୍ୟବସାୟିକ ସିଲିଣ୍ଡର ଦାମ୍‌‌ ୮.୫ ପ୍ରତି ୟୁନିଟ୍‌‌ ହିସାବରେ ହ୍ରାସ ହୋଇଥିଲା।

Breaking News