ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆବର୍ଷରେ କମିଲା ଗ୍ୟାସ୍ ସିଲିଣ୍ଡର ଦାମ୍। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ରେ ହ୍ରାସ କରାଯାଇଛି। ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୧୯କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨ ଟଙ୍କା ହ୍ରାସ ପାଇଛି। ଏହାପୂର୍ବରୁ ଡିସେମ୍ବର ୨୨ରେ ମଧ୍ୟ ଏହି ସିଲିଣ୍ଡରର ମୂଲ୍ୟ ୩୦.୫୦ ଟଙ୍କା ହ୍ରାସ କରାଯାଇଥିଲା। ସେହିପରି ଘରୋଇ ଗ୍ୟାସ ସିଲିଣ୍ଡର ଅର୍ଥାତ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ମୂଲ୍ୟ ଅଗଷ୍ଟ ୩୦ରେ ପରିବର୍ତ୍ତନ କରାଯାଇଥିଲା। ତା’ପରେ କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ସବସିଡି ଯୋଡି ଥିଲେ। ଏହି କାରଣରୁ ବଜାରରେ ଏହାର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରାଯାଇଥିଲା। ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୫୫.୫୦ଟଙ୍କାକୁ ହ୍ରାସ ପାଇଛି। ତେବେ କୋଲକାତାରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ପଇସା ବୃଦ୍ଧି ପାଇ ୧୮୬୯ ଟଙ୍କା ହୋଇଛି। ମୁମ୍ବାଇରେ ୧.୫୦ ଟଙ୍କା ଶସ୍ତା ହୋଇ ଏହାର ମୂଲ୍ୟ ୧୭୦୮.୫୦ ଟଙ୍କାକୁ ଖସି ଆସିଛି। ଚେନ୍ନାଇରେ ଏହାର ମୂଲ୍ୟ ସର୍ବାଧିକ ୪.୫ ଟଙ୍କା ହ୍ରାସ ପାଇଛି ଏବଂ ସେଠାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୯୨୪.୫୦ ଟଙ୍କା ରହିଛି।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..