ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବର୍ଷର ପ୍ରଥମ ‘ମନ କୀ ବାତ’ରେ ମଧ୍ୟପ୍ରଦେଶର ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟର ‘କଲରବାଲୀ ବାଘୁଣୀ’ ଭାବେ ଜଣାଶୁଣା ପରଲୋକଗତ ବାଘୁଣୀର ଉଦାହରଣଦେଇ ଭାରତୀୟମାନଙ୍କର ପ୍ରକୃତି ଓ ଜୀବ ପ୍ରେମ ବିଷୟରେ ସୂଚନା ଦେଇଥିଲେ। ଜୀବେ ଦୟା ଆମର ମହାନ୍ ସଂସ୍କୃତି ଓ ପ୍ରକୃତି ବୋଲି ସେ କହିଥିଲେ। କଲରବାଲୀ ବାଘୁଣୀକୁ ଜଙ୍ଗଲ ବିଭାଗ ଟି-୧୫ ବୋଲି ନାମ ଦେଇଥିଲେ। ସେ ତା’ ଜୀବନକାଳ ଭିତରେ ୨୯ଟି ଛୁଆ ଦେଇଥିଲା ଏବଂ ୨୫ଟିକୁ ପାଳିପୋଷି ବଡ଼ କରିପାରିଥିଲା। ସେ ଇହାଧାମରୁ ବିଦାୟ ନେବା ସମୟରେ ଆମେ ତାକୁ ସଶ୍ରଦ୍ଧ ବିଦାୟ ଦେଇଥିଲୁ। ଏହା ହେଉଛି ଭାରତୀୟମାନଙ୍କର ବିଶେଷତ୍ବ। ପ୍ରତ୍ୟେକ ଚେତନା ଥିବା ପ୍ରାଣୀଙ୍କ ସହ ଆମେ ପ୍ରେମର ସମ୍ପର୍କ ଗଢ଼ିଥାଉ। ପ୍ରଧାନମନ୍ତ୍ରୀ ମନ୍ କୀ ବାତରେ ମହାତ୍ମା ଗାନ୍ଧୀଙ୍କ ୭୪ତମ ମହାପ୍ରୟାଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଣିକି ସାଧାରଣତନ୍ତ୍ର ଦିବସ ନେତାଜୀ ଜୟନ୍ତୀ ଜାନୁଆରି ୨୩ରୁ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଜନୁଆରି ୩୦ ପର୍ଯ୍ୟନ୍ତ ପାଳିତ ହେବ ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ପଦ୍ମ ପୁରସ୍କୃତମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ପଦ୍ମ ପୁରସ୍କାରପ୍ରାପ୍ତମାନଙ୍କ ମଧ୍ୟରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଦେଶର ବହୁ ଲୋକ ଜାଣନ୍ତି ନାହିଁ। ଏମାନେ ହେଉଛନ୍ତି ଦେଶର ଅଖ୍ୟାତ ବୀର, ଯେଉଁମାନେ ସାଧାରଣ ପରିସ୍ଥିତିରେ ଦେଶ ପାଇଁ ଅସାଧାରଣ କାମ କରିଛନ୍ତି। କୋଭିଡ୍-୧୯ ଟିକାକରଣରେ ଭାରତର ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ବର୍ତ୍ତମାନ ସୁଦ୍ଧା ୧୫ରୁ ୧୮ ବର୍ଷ ବୟସ୍କ ୪.୫ କୋଟି ପିଲା ଟିକା ନେଇ ସାରିଲେଣି ବୋଲି ସେ କହିଥିଲେ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..