Report Card Odisha

| Daily Odia News

୬୦ ଘଣ୍ଟା ପାଇଁ ଲକ୍‌ଡାଉନ୍ ଘୋଷଣା‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟା ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ। ଯେଉଁସବୁ ସହର ଗୁଡ଼ିକରେ କରୋନା ମାମଲା ବୃଦ୍ଧି ପାଇଛି, ସେସବୁ ସ୍ଥାନରେ ଉପଯୁକ୍ତ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ‘ମଧ୍ୟପ୍ରଦେଶର ଯେଉଁ ସବୁ ସହରରେ କରୋନା ମାମଲା ବୃଦ୍ଧି ପାଇଛି, ସେସବୁ ସ୍ଥାନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି। କ୍ରାଇସିସ୍‌ ମ୍ୟାନେଜ୍‌ମେଣ୍ଟ୍‌ ଗ୍ରୁପ୍‌ ସହ ଏକ ମିଟିଙ୍ଗ ପରେ ଏହି ପଦକ୍ଷେପ ଗ୍ରହଣ କରାଯିବା ସହ ବଡ଼ ବଡ଼ ସହର ଗୁଡ଼ିକରେ କଣ୍ଟେନମେଣ୍ଟ୍‌ ଅଞ୍ଚଳ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି। ସୂଚନାଥାଉ କି, ଏହା ପୂର୍ବରୁ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ କେବଳ ରବିବାର ଲକ୍‌ଡାଉନ୍‌ ନେଇ ଘୋଷଣା ହୋଇଥିଲା। ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍‌ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ‘କରୋନାର ସଙ୍କଟକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ, ସାନିଟାଇଜରରେ ହାତ ସାନିଟାଇଜ୍‌ କରନ୍ତୁ। ଫଳରେ ଆମେ ସଂକ୍ରମଣକୁ ରୋକି ପାରିବା।

Breaking News