ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ସ ଏୟାର ଇଣ୍ଡିଆ ପକ୍ଷରୁ ମାଗଣା ବିମାନ ଯାତ୍ରା ସୁବିଧାକୁ ବନ୍ଦ କରାଯାଇଥିବା ବେଳେ ଉଧାରରେ ଟିକେଟ୍ ଦେବା ସୁବିଧାକୁ ମଧ୍ୟ ବନ୍ଦ କରିଦେଇଛି । ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରାଳୟ ସମସ୍ତ ମନ୍ତ୍ରାଳୟ ଓ ବିଭାଗଗୁ ସୁଚାଇଛି ଯେ, ସେମାନେ ବର୍ତ୍ତମାନ ଠାରୁ ଏୟାର ଇଣ୍ଡିଆ ବିମାନ ଟିକେଟ୍ କ୍ୟାସ୍ ଦେଇ କିଣିବେ । ଏହା ସହିତ ବକେୟା ଟଙ୍କା ଖୁବ୍ ଶୀଘ୍ର ପଇଠ କରନ୍ତୁ ବୋଲି ଆଦେଶ ଜାରି କରିଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ଆଦେଶକୁ ଏୟାର ଇଣ୍ଡିଆ ଯାତ୍ରା କରୁଥିବା ସେହି ଅଫିସର୍ ମାନଙ୍କୁ ବି କହିଛନ୍ତି, ଯେଉଁ ମାନଙ୍କ ଯାତ୍ରାର ଖର୍ଚ୍ଚ ଭାରତ ସରକାର ଉଠାଉଛନ୍ତି । ଏବେ ସେମାନେ ଯାତ୍ରାର ବକେୟା ଟଙ୍କା ପଇଠ କରିବେ । ସୂଚନା ଥାଉ ଯେେ, ଏୟାର ଇଣ୍ଡିଆ ପକ୍ଷରୁ ୨୦୦୯ ମସିହାରେ ଏହି ସୁବିଧା ଆରମ୍ଭ କରିଥିଲେ । ଯେଉଁଥିରେ ଘରୋଇ ଓ ଅନ୍ତରାଷ୍ଟୀୟ ଉଡାଣ ମାମଲାରେ ଭାରତ ସରକାରଙ୍କ ମନ୍ତ୍ରାଳୟ ଓ ବିଭାଗର ଅଧିକାରୀ ମାନଙ୍କ ଯାତ୍ରା ଖର୍ଚ୍ଚ ଭାରତ ସରକାର ଉଠାଇ ପାରିବେ । ହେଲେ ଏବେ ଟାଟା ସନ୍ସ ଏୟାର ଇଣ୍ଡିଆକୁ କିଣିଛନ୍ତି । ତେଣୁ ନିୟମରେ ଏବେ ପରିବର୍ତ୍ତନ ଅଣାଯାଇଛି ।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..