ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦ୍ୱିତୀୟ ଧନୀ ବ୍ୟକ୍ତି ଜେଫ ବେଜୋସ ଭବିଷ୍ୟବାଣୀ କରିଛନ୍ତି ଯେ ଦିନେ ମହାକାଶରେ ମଣିଷ ଶିଣୁ ଜନ୍ମ ହେବ। କେବଳ ଏତିକି ନୁହେଁ, ମହାକାଶରେ ଜନ୍ମିତ ଶିଶୁ ପୃଥିବୀକୁ ଛୁଟିଦିନ ବିତାଇବା ପାଇଁ ଆସିବେ। ସେ ମହାକାଶକୁ ନିଜ କବ୍ଜାରେ ରଖିବା ପାଇଁ ସଞ୍ଚିତ ଧନ ଖର୍ଚ୍ଚ କରୁଥିବା ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି | ଯେପରି ଆମେ ଛୁଟି ଦିନରେ ପାର୍କକୁ ବୁଲି ଯାଉଛେ ସେଭଳି ସ୍ଥିତି ଆଗକୁ ହେବ। ସ୍ପେସ କମ୍ପାନୀ ବ୍ଲୁ ଓରିଜିନର ମାଲିକ ଜେଫ ବେଜୋସ କହିଛନ୍ତି ଯେ ଭବିଷ୍ୟତରେ ସହରଗୁଡ଼ିକ ମହାକାଶରେ ଗଢ଼ି ଉଠିବ ଏବଂ ସେଠାରେ ମଣିଷ ଶିଶୁ ଜନ୍ମ ହେବେ। ବ୍ଲୁ ଓରିଜିନର ଭବିଷ୍ୟତ ବିଷୟରେ ୱାଶିଂଟନରେ ଆୟୋଜିତ ହୋଇଥିବା ଏକ ଆଲୋଚନାରେ ଜେଫ୍ କମ୍ପାନୀର ଯୋଜନା, ମହାକାଶ ଅନୁସନ୍ଧାନ, ପୃଥିବୀକୁ ବଞ୍ଚାଇବା ଭଳି ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି। ମହାକାଶରେ ନିର୍ମିତ ହେବାକୁ ଥିବା ବସତିଗୁଡିକ ବିଷୟରେ ସେ କହିଥିଲେ ଯେ ସେଗୁଡ଼ିକ ଭାସମାନ ଘର ପରି ହେବ। ସେଠାରେ ପୃଥିବୀର ପାଗ ଏବଂ ମାଧ୍ୟାକର୍ଷଣ ଶକ୍ତିକୁ ମଧ୍ୟ ଅନୁକରଣ କରାଯିବ। ଭାସମାନ ଘରଗୁଡିକରେ ୧୦ ଲକ୍ଷ ବାସ କରି ପାରିବେ। ସେଠାରେ ନଦୀ, ଜଙ୍ଗଲ ଏବଂ ବନ୍ୟଜନ୍ତୁ ମଧ୍ୟ ରହିବ। ଅନ୍ୟ ଗ୍ରହକୁ ଯାଇ ସେଠାରେ ପୁନର୍ବାର ଜୀବନ ଆରମ୍ଭ କରିବା ଅପେକ୍ଷା ମହାକାଶରେ ବସବାସ କରିବା ଭଲ ବୋଲି ସେ କହିଛନ୍ତି।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..