Report Card Odisha

| Daily Odia News

ମାହାଙ୍ଗା ଗଣହତ୍ୟା ମାମଲାରେ ଶିବକୁ ରିମାଣ୍ଡରେ ନେଲା ପୋଲିସ….

ରିପୋର୍ଟ କାର୍ଡ / କଟକ

ବହୁଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ନେଲା ମାହାଙ୍ଗା ପୋଲିସ । ଶିବର ମେଡିକାଲ ଟେଷ୍ଟ ଯିବାପରେ ପୋଲିସ ଜେରା କରିବ । ମାହାଙ୍ଗା ପୋଲିସ ଘଟଣାସ୍ଥଳକୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିବନେଇ ଚର୍ଚା ହେଉଛି । ସେପଟେ ବଡ଼ ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିବା ସ୍ୱୀକାର କରିସାରିଛି ଶିବ। ଉଲେଖ ଯୋଗ୍ୟ- ମଙ୍ଗଳବାର ବିଳମ୍ୱିତ ରାତିରେ ମାହାଙ୍ଗା କୁସୁପୁର ଗାଁରେ ଗଣହତ୍ୟାକାଣ୍ଡ ଘଟିଥିଲା। ବଡ଼ଭାଇ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ୧୯ ବର୍ଷର ଝିଅ ସ୍ମୃତିସନ୍ଧ୍ୟାକୁ ଅତି ବୀଭାତ୍ସ ଭାବେ ହତ୍ୟା କରାଯାଇଥିଲା। ବଡ଼ ଭାଇର ପୂରା ପରିବାରକୁ ସାନ ଭାଇ ଶିବ ସାହୁ ଶେଷ କରିଦେଇଛନ୍ତି | ୫ ଜଣଙ୍କୁ ଏକୁଟିଆ ମାରିଥିବା ଏବଂ ରକ୍ତଛିଟା ଲାଗିଲା ନାହିଁ କେମିତି ଏଭଳି ପ୍ରଶ୍ନ ବାଛିସୃଷ୍ଟି କରୁଛି | ଏହାଭିତରେ ମୃତ ଅଲେଖ ସାହୁଙ୍କ ଶାଶୂ ରୀନା ପୃଷ୍ଟି ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି କି, ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସଂପୃକ୍ତି ଥାଇପାରେ। ସିବିଆଇ ତଦନ୍ତ କଲେ ହତ୍ୟା ର ସତ୍ୟତା ଜଣା ପଡିବ|

Breaking News