Report Card Odisha

| Daily Odia News

ଆଜି ମହାପ୍ରଭୁଙ୍କ ବାଙ୍କଚୂଡା ବେଶ…….

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବାଙ୍କଚୂଡା ବେଶ। ପଞ୍ଚୁକର ଦ୍ୱିତୀୟ ଦିନରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡା ମେକାପ ଓ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି। ଜଗନ୍ନାଥ ମହାପ୍ରଭୁ ସୁବର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ ଓ ବଳଭଦ୍ର ମହାପ୍ରଭୁ ହଳମୂଷଳ ଧାରଣ କରନ୍ତି। ଦେବୀ ସୁଭଦ୍ରାଙ୍କ ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତ ହୁଏ। ଆଜି ଏକ ଛୋଟ ସ୍ୱର୍ଣ୍ଣ କୀରିଟି ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ। ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ। ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ସାତ୍ତ୍ୱିକ ଖାଇ ନିଷ୍ଠାର ସହ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି। ଗତକାଲି ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ଥିଲା। ଆଜି ଶ୍ରୀମନ୍ଦିର ଖୋଲା ହେବା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପଞ୍ଚୁକରେ ଜଗା ଦର୍ଶନ କରି ହବିଷ୍ୟାଳି ପୂଣ୍ୟ ଅର୍ଜନ କରିଥାନ୍ତି।

Breaking News