ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ରାତିରେ ହୋଇପାରିବ ଶବ ବ୍ୟବଚ୍ଛେଦ | କେନ୍ଦ୍ର ସରକାର ଶବ ବ୍ୟବଚ୍ଛେଦ ନିୟମାବଳୀରେ ସଂଶୋଧନ ଆଣିଛନ୍ତି। ରାତିଦିନ ଯେ କୌଣସି ସମୟରେ ହୋଇପାରିବ ଶବ ବ୍ୟବଚ୍ଛେଦ। ଟୁଇଟ କରି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ବ୍ରିଟିଶ ଅମଳର ପୁରୁଣା ବ୍ୟବସ୍ଥା ଶେଷ ହେଲା କହିଲେ ମାଣ୍ଡଭୀୟ। ସେ ଟ୍ୱିଟରେ ଲେଖିଛନ୍ତି ଯେ ବ୍ରିଟିଶ ଅମଳର ପୁରୁଣା ବ୍ୟବସ୍ଥା ଶେଷ ହେଲା। ରାତିରେ ଯେଉଁ ହସ୍ପିଟାଲରେ ବ୍ୟବସ୍ଥା ଅଛି ସେଠି ପୋଷ୍ଟମର୍ଟମ ହୋଇ ପାରିବ। ଏବେ କେବଳ ଦିନ ସମୟରେ ହିଁ ପୋଷ୍ଟମର୍ଟମ ହେଉଥିଲା। ହେଲେ ଏବେ କିନ୍ତୁ ରାତିରେ ବି ପୋଷ୍ଟମର୍ଟମ ହୋଇପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….