ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ ଘଟିଛି । ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ଏକ ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମହାଡାର ଏମ୍ଆଇସିଡିରେ ଅବସ୍ଥିତି ବ୍ଲୁ ଜେଟ୍ ହେଲ୍ଥ କେୟାର୍ କମ୍ପାନୀରେ ଶୁକ୍ରବାର ସକାଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ପୋଲିସ ସୂଚନା ମୁତାବକ, ନିଆଁ ଲାଗିବା ସମୟରେ କାରଖାନା ଭିତରେ ୫୭ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୪୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।





More Stories
‘ଯଦି ଇଥାନଲ ନଥାନ୍ତା,ପେଟ୍ରୋଲ ଲିଟର ୧୨୫…..
ଛାତ୍ରଛାତ୍ରୀଙ୍କୁ କ୍ଷମା ଦେଲେ ପ୍ରଧାନମନ୍ତ୍ରୀ……
ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ…..