ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ଥାଣେର ମୁମ୍ବ୍ରାସ୍ଥିତ ପ୍ରାଇମ୍ କ୍ରିଟିକେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଭୋର ପ୍ରାୟ ୩ଟା ୪୦ମି. ସମୟରେ ମୁମ୍ବ୍ରାର କୋଉଶୁଆ ସ୍ଥିତ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବାରୁ କର୍ମଚାରୀମାନେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଧାଁ ଦୌଡ଼ ଆରମ୍ଭ କରିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିଭଳି ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ଜାରି ରହିଥିବା ବରିଷ୍ଠ ଇନପ୍ସେକ୍ଟର ମଧୁକର ଶିବାଜୀ କାଡ ସୂଚନା ଦେଇଛନ୍ତି।






More Stories
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..