ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି | ଆଜି ରାଜଭବନରେ ୧୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ପ୍ରଥମ ଥର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ଏକନାଥ ସିନ୍ଦେ। ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଜେପିରୁ ୯ ଜଣ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୯ ଜଣ ରହିଛନ୍ତି । ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବସୀ ଓ ଏନସିପି ନେତା ଅଜିତ ପାଓ୍ୱାର ଉପସ୍ଥିତ ଥିଲେ । ୧୮ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି- ରାଧାକୃଷ୍ଣ ବିଧେ ପାଟିଲ, ସୁଧୀର ମୁନଗଣ୍ତିବାର, ଚନ୍ଦ୍ରକାନ୍ତ ପାଟିଲ, ବିଜୟ କୁମାର ଗାବିତ, ଗିରୀଶ ମହାଜନ, ଗୁଲାବରାଓ ପାଟିଲ, ଦାଦା ଭୁସେ, ସଞ୍ଜୟ ରାଠୋର, ସୁରେଶ ଖାଡେ, ସନ୍ଦୀପନ ଭୁମରେ, ଉଦୟ ସାଓ୍ୱନ୍ତ, ତାନାଜୀ ସାଓ୍ୱନ୍ତ, ରବୀନ୍ଦ୍ର ଚୌହାନ, ଅବ୍ଦୁଲ ସତ୍ତାର, ଦୀପକ କାସରକର, ଅତୁଲ ସାବେ, ସମ୍ଭୁରାଜ ଦେଶାଇ ଓ ମଙ୍ଗଲ ପ୍ରଭାତ ଲୋଢା |






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..