Report Card Odisha

| Daily Odia News

ଡିସେମ୍ବର ୬କୁ ସ୍ଥାନୀୟ ଛୁଟି ଘୋଷଣା କଲେ ମହାରାଷ୍ଟ୍ର ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି। ଆଜି ଡିସେମ୍ବର ୬କୁ ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳ ପାଇଁ ରାଜ୍ୟ ସରକ‌ାର ଛୁଟି ଘୋଷଣା କରିଛନ୍ତି। ଆଜି ଚୈତ୍ୟ ଭୂମିରେ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ପ୍ରମୁଖ ପହଞ୍ଚି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇଛନ୍ତି। ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳରେ ରାଜ୍ୟ ସରକାର ଏବଂ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ ପାଇଁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଦହି ହାଣ୍ଡି ଏବଂ ଗଣେଶ ବିସର୍ଜନ ପରେ ସରକାର ଏହା ପ୍ରଦାନ କରିଥିବା ତୃତୀୟ ସ୍ଥାନୀୟ ଛୁଟି।

Breaking News