Report Card Odisha

| Daily Odia News

ହେମା ମାଲିନିଙ୍କ ଗାଲକୁ ରାସ୍ତା ସହ ତୁଳନା କରି ଫସିଲେ ମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡର ଡ୍ରିମଗାର୍ଲ ହେମା ମାଲିନି ଇଣ୍ଡଷ୍ଟ୍ରୀରୁ ନେଇ ରାଜନୈତି ଜଗତରେ ବହୁତ ଲୋକପ୍ରିୟତା ରହିଛି। ତାଙ୍କ ଗାଲକୁ ନେଇ ସଡକ ତିଆରି ହୋଇଛି ଭଳି ବୟାନ ଦେଇ ଫସିଛନ୍ତି ଜଣେ ମନ୍ତ୍ରୀ। ମହାରାଷ୍ଟ୍ରର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଗୁଲାବରାଓ ପାଟିଲଙ୍କୁ ନିଜ ବିଧାନସଭା କ୍ଷେତ୍ର ଜଲଗାଓଁରେ ତିଆରି ହୋଇଥିବା ନୂଆ ସଡକର ସହ ହେମା ମାଲିନିଙ୍କ ଗାଲକୁ ତୁଳନା କରିବା ଏବେ ମହଙ୍ଗା ପଡିଛି। ଏହାକୁ ନେଇ ଏବେ ଉପୁଜିଛି ବିବାଦ । ତେବେ ରାଜ୍ୟ ମହିଳା ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ମନ୍ତ୍ରୀ ତାଙ୍କ ବୟାନ ପାଇଁ କ୍ଷମା ମାଗିଛନ୍ତି। ସୂଚନା ମୁତାବକ, ନିକଟରେ ଜିଲ୍ଲାର ବୋଧୱାଡ ପଞ୍ଚାୟତ ନିର୍ବାଚନ ବେଳେ ଏକ ରାଲିକୁ ସମ୍ବୋଧନ କରିଥିଲେ ମନ୍ତ୍ରୀ। ଏହି ସମୟରେ ଭାଷଣ ଦେବା ବେଳେ ପାଟିଲ ତାଙ୍କ ବିରୋଧୀଙ୍କୁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବା ସହ ସେଠାରେ ଭଲ ସଡକ ଦେଖିବାକୁ କହିଥିଲେ। ବହୁ ବର୍ଷ ଧରି ଜାଲଗାଓଁ ଆସନରୁ ବିଧାୟକ ଥିବା ପୂର୍ବତନ ବିଜେପି ନେତା ଏକନାଥ ଖଡସେଙ୍କୁ ଟାର୍ଗେଟ କରି ରାଜ୍ୟ ଜଳ ଯୋଗାଣ ମନ୍ତ୍ରୀ ପାଟିଲ କହିଥିଲେ, ‘ଯେଉଁମାନେ ୩୦ ବର୍ଷ ଧରି ବିଧାୟକ ଥିଲେ ସେମାନେ ମୋ ବିଧାନସଭା ନିର୍ବାଚନମଣ୍ଡଳୀକୁ ଆସି ରାସ୍ତା ଦେଖିବା ଉଚିତ୍। ଯଦି ଏହି ସଡକ ହେମା ମାଲିନିଙ୍କ ଗାଲ ଭଳି ସମାନ ହୋଇନଥିବ ତେବେ ମୁଁ ଇସ୍ତଫା ଦେବି।’ ପାଟିଲଙ୍କ ଏହି ମନ୍ତବ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ରୂପାଲି ମନ୍ତ୍ରୀଙ୍କୁ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗି ନ ଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଏହି ଘଟଣା ପରେ ମନ୍ତ୍ରୀ ଆଜି କ୍ଷମା ମାଗିଛନ୍ତି। ଏନେଇ ପାଟିଲ କହିଛନ୍ତି, ମୋର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନଥିଲା। ତେଣୁ ମୁଁ ମୋର ମନ୍ତବ୍ୟ ପାଇଁ ମୁଁ କ୍ଷମା ପ୍ରାର୍ଥନା ମାଗୁଛି।

 

Breaking News