ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ ଜାରିରହିଛି । ଅତ୍ୟଧିକ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାୟଗଡ ଜିଲ୍ଲାର ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ତାଲାଇ ଅଞ୍ଚଳରୁ ୩୨ ଜଣ ପ୍ରାଣ ହରାଇଥିବା ବେଳେ ଶଖର ସୂତାର ୱାଡିରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଅନେକ ମାଟି ତଳେ ଫସିରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ପଦେକ୍ଷପ ନିଆଯାଇଛି ବୋଲି ଜିଲ୍ଲା କଲେକ୍ଟର ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏନ୍ଡିଆର୍ଏଫ୍ ର ଏକ ଟିମ୍ ମୁମ୍ବାଇ ଠାରୁ ୧୬୦ କିଲୋମିଟର ଦୂରରେ ମହଦରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତି ସମୀକ୍ଷା କରୁଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..