ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ରାଏଗଡରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ବସ୍ ହଠାତ୍ ଖାତ ମଧ୍ୟକୁ ଖସି ଯିବାରୁ ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ୨୫ ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଠିକ୍ ପରେ ସ୍ଥାନୀୟ ଲୋକେ ବସରେ ଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏକ ଘରୋଇ ବସ ପୁଣେ ରୁ ମୁମ୍ବଇ ଅଭିମୁଖେ ଯାଉଥିଲା। ମୁମ୍ବଇ-ପୁଣେ ହାଇୱେରେ ଏକ ମନ୍ଦିର ନିକଟରେ ଏହି ବସ୍ଟି ଅନିୟନ୍ତ୍ରିତ ହୋଇ ରାସ୍ତାରୁ ତଳକୁ ଖସି ଖାତକୁ ଖସି ପଡିଥିଲା। ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ଖବର ପାଇବା ମାତ୍ରେ ପୁଲିସ, ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଆହତଙ୍କ ଚିକିତ୍ସା କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..