ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ଗୋରାଗାଓଁରେ ଏକ ଅଟ୍ଟାଳିକାରେ ଆଜି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାଟି ଗୋରେଗାଓଁ ପଶ୍ଚିମର ଆଜାଦ ନଗର ଅଞ୍ଚଳରେ ସ୍ଥିତ। ମିଳିଥିବା ସୂଚନାନୁଯାୟୀ, ଏହି ଅଗ୍ନିକାଣ୍ଡରେ ଅନେକ ଲୋକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ,ମହିଳା ସମେତ ୭ ଜଣ ରହିଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ,ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ତଳ ମହଲାରେ ଥିବା ଦୋକାନ,ଅନ୍ୟ ସାମଗ୍ରୀ, ପାର୍କିଂରେ ଥିବା ଗାଡିରେ ନିଆଁ ଲାଗିଯିବାରୁ ଅନ୍ୟ ମହଲାରେ ନିଆଁ ବ୍ୟାପି ଲୋକେ ଫସି ରହିଥିଲେ | ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ରେପୋ ହାର ହ୍ରାସ…..
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..