ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରା ବୁଧବାର ଓଡ଼ିଶାର ନୟାଗଡ଼ ଜିଲ୍ଲା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ପୋଲିସ୍ ଚାରି ଜଣ ବଙ୍ଗାଳୀ ଭାଷାଭାଷୀ ମୁସଲିମ୍ ବ୍ୟବସାୟୀଙ୍କୁ ବଳପୂର୍ବକ ରାଜ୍ୟରୁ ବାହାର କରିଦେଇଛି, ଯେଉଁମାନଙ୍କ ପାଖରେ ଭାରତୀୟ ନାଗରିକତାର ପ୍ରମାଣ (ଆଧାର ଓ ଭୋଟର ଆଇଡି) ଥିଲା। ମହୁଆ ମୋଇତ୍ରା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏହି ଚାରିଜଣ ଶ୍ରମିକ ଗତ ୧୮ ବର୍ଷ ଧରି ନୟାଗଡ଼ରେ ରହି ଶୀତବସ୍ତ୍ର ବିକ୍ରି କରି ପେଟ ପୋଷୁଥିଲେ। ପୋଲିସ୍ ସେମାନଙ୍କୁ ‘ରୋହିଙ୍ଗ୍ୟା’ କିମ୍ବା ‘ବାଂଲାଦେଶୀ’ କହି ମିଥ୍ୟା ଅଭିଯୋଗରେ ନଭେମ୍ବର ୨୭ ତାରିଖରେ ‘ବେଆଇନ ଭାବେ ଉଠାଇ ନେଇଥିଲା’। ବାରମ୍ବାର ଅନୁରୋଧ ପରେ ପୋଲିସ୍ ସେମାନଙ୍କୁ ଛାଡ଼ିଥିଲା ସତ, କିନ୍ତୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ଛାଡ଼ିବାକୁ ଧମକ ଦେଇଥିଲା। ଏହି ଚାପ ଯୋଗୁଁ ଘର ମାଲିକ ମଧ୍ୟ ସେମାନଙ୍କୁ ତୁରନ୍ତ ବାହାର କରିଦେବାରୁ ସେମାନେ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ଛାଡ଼ି ରାତି ଅଧିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସାଂସଦ ମୋଇତ୍ରା ପୋଲିସ୍ ଅଧିକାରୀମାନଙ୍କୁ ଚେତାବନୀ ଦେବା ସହ କହିଛନ୍ତି ଯେ ଏହି ମାମଲାକୁ କୋର୍ଟରେ ଉଠାଯିବ। ସେ କହିଛନ୍ତି, “ବିଧିଗତ ଭାବେ ରୋଜଗାର କରୁଥିବା ବଙ୍ଗାଳୀଙ୍କୁ ବାହାର କରିବାର ଅଧିକାର ଆପଣଙ୍କର ନାହିଁ।” ଉଲ୍ଲେଖଯୋଗ୍ୟ, ତୃଣମୂଳ କଂଗ୍ରେସ ପୂର୍ବରୁ ମଧ୍ୟ ଓଡ଼ିଶା ପୋଲିସ୍ ବଙ୍ଗାଳୀ ଭାଷାଭାଷୀ ପ୍ରବାସୀ ଶ୍ରମିକମାନଙ୍କୁ ହଇରାଣ ଓ ଅଟକ ରଖୁଥିବା ଅଭିଯୋଗ କରିଥିଲା, ଯାହାକୁ ରାଜ୍ୟ କର୍ତ୍ତୃପକ୍ଷ ଖାରଜ କରିଦେଇଛନ୍ତି।






More Stories
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..