ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ପୁଣି ଥରେ ଦକ୍ଷିଣ ଗାଜାରେ ଏକ ବଡ଼ ଆକ୍ରମଣ କରିଛି । ଗାଜା ଷ୍ଟ୍ରିପର ଦକ୍ଷିଣରେ ଖାନ ୟୁନିସର ପଶ୍ଚିମରେ କୁୱେତ ହସ୍ପିଟାଲ ନିକଟରେ ଥିବା ବିସ୍ଥାପିତ ଶିବିର ଉପରେରେ ଇସ୍ରାଏଲ ଯୁଦ୍ଧ ବିମାନ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ପୁରୁଷ, ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।ରାଫା ଉପରେ ଆକ୍ରମଣ କରାଯାଇଥିଲା । ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ଦକ୍ଷିଣ ଗାଜାରେ ଆକ୍ରମଣ କରିଥିବା ସୂଚନା ରହିଛି । ଇସ୍ରାଏଲ, ଗାଜା ଷ୍ଟ୍ରିପର ଦକ୍ଷିଣରେ ଖାନ ୟୁନିସର ପଶ୍ଚିମରେ କୁୱେତ ହସ୍ପିଟାଲ ନିକଟରେ ବିସ୍ଥାପିତ ଲୋକଙ୍କ ତମ୍ବୁଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିଲା । ଦକ୍ଷିଣ ଗାଜାର ଖାନ ୟୁନିସର ମଧ୍ୟ ବିସ୍ଥାପିତ ଲୋକଙ୍କ ପାଇଁ ଥିବା ତମ୍ବୁ ଉପରେ ଇସ୍ରାଏଲ ବୋମା ମାଡ଼ କରିଥିବା ସୂଚନା ରହିଛି । ଯାହା ଫଳରେ ଶିବିରଗୁଡ଼ିକରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି ।






More Stories
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..