Report Card Odisha

| Daily Odia News

ବୁର୍ଲା ଏମ୍‌ସିଏଲ୍‌ରରେ ଭୟାବହ ଅଗ୍ନିକାଣ୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବୁର୍ଲା ଏମ୍‌ସିଏଲ୍‌ର ଆନନ୍ଦ ବିହାର କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ସ୍ଥାନୀୟଲୋକ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ବୁର୍ଲା ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲା। ନିଆଁ କ୍ଲବରେ ମାଡି ଯିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ଟିମ୍ ବିଳମ୍ବରେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ। ତେବେ ସର୍ଟ ସର୍କିଟ ରୁ ନିଆଁ ଲାଗିଥିଲା ଜଣାପଡିଛି । ଖବର ଅନୁଯାୟୀ, ବାର୍ଲା ଏମ୍‌ସିଏଲ୍‌ର ଆନନ୍ଦ ବିହାର କ୍ଲବରେ ରାତି ୧୨ଟାରୁ ସାଢ଼େ ୧୨ଟା ମଧ୍ୟ ଭୟାଭହ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ନେଇ ବୁର୍ଲା ଅଗ୍ନିଶମ ଟିମ୍‌କୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ବହୁତ ସଂଘର୍ଷ ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ସଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ତଦନ୍ତ କରିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଜଣେ ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛିନ୍ତି।

Breaking News