Report Card Odisha

| Daily Odia News

ଲୋକସଭା-ରାଜ୍ୟସଭା ୯ ତାରିଖ ପର୍ଯ୍ୟନ୍ତ ମୁତଲବୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜୁଲାଇ ୧୯ ତାରିଖରୁ ସଂସଦର ମୌସୁମୀ ଅ‌ଧିବେଶନ ଆରମ୍ଭ ହୋଇଛି। ଦେଖିବାକୁ ମିଳୁଛି ବିରୋଧୀଙ୍କ ହଙ୍ଗାମା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କାର୍ଯ୍ୟ ସ୍ବାଭାବିକ ହୋଇପାରୁନାହିଁ। ପେଗାସସ୍ ମାମଲା, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ଶୁକ୍ରବାର ମଧ୍ୟ ଜୋରଦାର ହଙ୍ଗାମା କରିଛନ୍ତି। ପାଟିତୁଣ୍ଡ ଓ ହୋହଲ୍ଲା ଭିତରେ ସରକାର ଶୁକ୍ରବାର ୨ଟି ବିଲ୍ ଗୃହୀତ କରାଇ ନେଇଛନ୍ତି। ଏଥିରେ ସେଣ୍ଟ୍ରାଲ ୟୁନିଭର୍ସିଟି ଆମେଣ୍ଡମେଣ୍ଟ୍ ବିଲ୍-୨୦୨୧ ମଧ୍ୟ ରହିଛି। ଏଥିସହିତ ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି। ଲୋକସଭାରେ ଆଜି ଟ୍ୟାକ୍ସେସନ୍ ଲ ଆମେଣ୍ଡମେଣ୍ଟ୍‌ ବିଲ୍‌ ପାସ୍ ହୋଇଛି। ଏହା ବିଲ୍ ଗୃହୀତ ହେବା ପରେ ଗୃହକୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ମୁତଲବୀ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉକ୍ତ ବିଲ୍‌ ଉପରେ ମତ ରଖି କହିଥିଲେ ଟିକସକୁ ପିଛିଲା ଲାଗୁ କରିବାରେ ଆମେ ବିଶ୍ବାସ କରୁନା। ସେହି ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ଆଇନରେ ଉକ୍ତ ସଂଶୋଧନ କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଥିଲେ। ରାଜ୍ୟସଭାରେ ପେଗାସସ୍ ପ୍ରସଙ୍ଗରେ ବିରୋଧୀ ଆଜି ନାରାବାଜି କରିଥିଲେ। ଗୃହର ମଧ୍ୟଭାଗକୁ ଚାଲିଆସି ‘ଡିସ୍‌କ୍ଲୋଜ ପେଗାସସ୍’ ସ୍ଳୋଗାନ ବିରୋଧୀ ସଦସ୍ୟମାନେ ଦେଇଥିଲେ। ବିରୋଧୀଙ୍କ ପାଟିତୁଣ୍ଡ ଯୋଗୁ ଗୃହକାର୍ଯ୍ୟକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁତଲବୀ ରଖାଯାଇଛି।

Breaking News