Report Card Odisha

| Daily Odia News

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ଜେଏସଡବ୍ଲୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେକ୍ ଇନ୍ ଓଡ଼ିଶା କନକ୍ଳେଭର ତୃତୀୟ ସଂସ୍କରଣ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି | ଦେଶର ବଡ ବଡ ଶିଳ୍ପପତି ମାନେ ଯୋଗଦାନ କରିବା ସହିତ ପୁଞ୍ଜି ନିବେଶର ଦ୍ୱାର ଖୋଲିଛନ୍ତି । ଆଜି ଦ୍ୱିତୀୟ ଦିନରେ ଓଡ଼ିଶା ପାଇଁ ଜେଏସଡବ୍ଲୁ ଅଧ୍ୟକ୍ଷ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବା ନେଇ ଘୋଷଣା ହୋଇଛି । ଷ୍ଟିଲ ଓ ସୋଲର କ୍ଷେତ୍ରରେ କମ୍ପାନୀ ପୁଞ୍ଜି ନିବେଶ କରିବ ବୋଲି ଜେଏସଡବ୍ଲୁ ଅଧ୍ୟକ୍ଷ କହିଛନ୍ତି । ପୂର୍ବରୁ ୨୦୧୮ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ୬୦ ହଜାର କୋଟି ପୁଞ୍ଜି ନିବେଶ କରିଥିଲା ଜେଏସଡବ୍ଲୁ । ସେହିଭଳି ବେଦାନ୍ତ ରିସୋର୍ସେସ ଅଧ୍ୟକ୍ଷ୍ୟ ଅନିଲ ଅଗ୍ରୱାଲ ପ୍ରକାଶ କରିଛନ୍ତି ଯେ ଓଡିଶା ସ୍ପୋର୍ଟ ରେ ଯେମିତି ପଦକ୍ଷେପ ନେଇଛନ୍ତି ସେମିତି କୌଣସି ରାଜ୍ୟ ନେଇନାହାନ୍ତି। ଶିଳ୍ପ ଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ସବୁଥିରେ ଚର୍ଚ୍ଚା ସାଉଁଟୁଛି ଓଡିଶା । ଓଡ଼ିଶାରେ ୮୦ ହଜାର କୋଟି ନିବେଶ କରିଛୁ ଆଗକୁ ଆହୁରି ପ୍ରକଳ୍ପ ନିବେଶ କରାଯିବ ବୋଲି କହିଛନ୍ତି । ଓଡ଼ିଶାର ମିଶନ ଶକ୍ତିର ସବୁଠାରେ ଚର୍ଚ୍ଚା ହେଉଛି ବୋଲି ଅଗ୍ରୱାଲ ପ୍ରକାଶ କରିଛନ୍ତି ।ଏହାସହ ଓଡିଶା କୁ ନୂଆ ଟେକ୍ନୋଲୋଜି ଆଣିବାକୁ ଆର୍ସେଲର ମିତ୍ତଲ କହିଛନ୍ତି । ଦେଶର ସବୁଠାରୁ ଅର୍ଥନୈତିକ ମଜବୁତ ରାଜ୍ୟ ବୋଲି ମିତ୍ତଲ ପ୍ରକାଶ କରିଛନ୍ତି । ଏହା ବାଦ ଓଡ଼ିଶାରେ କୌଣସି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରତିବନ୍ଧକ ନାହିଁ ବୋଲି ମିତ୍ତଲ କହିବାସହ ନବୀନଙ୍କ ନେତୃତ୍ୱ ରେ ରାଜ୍ୟର ଭବିଷ୍ୟତ ଉଜ୍ବଳ ବୋଲି କହିଛନ୍ତି । ଓଡ଼ିଶାରେ ଅଦାନୀ ଗ୍ରୁପ ୬୦ହଜାର କୋଟି ନିବେଶ କରିବ ବୋଲି ଅଦାନୀ ଗ୍ରୁପ ସିଇଓ କରଣ ଅଦାନୀ ଘୋଷଣା କରିଛନ୍ତି । ଚଳିତ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ୧୨୪ ଜଣ ବକ୍ତା ଭାଗ ନେଇଛନ୍ତି । ଆୟୋଜିତ କନକ୍ଲେଭରେ ୩୮ଟି କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରଣ ହୋଇଛି । ଓଡ଼ିଶା ସରକାର ଏକ ବୃହତ ତଥା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁଠାରେ ଏହି କନକ୍ଲେଭର ସଫଳ ନିରୂପଣ ହେବାକୁ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ୨୨ଟି ବିଭାଗ ପକ୍ଷରୁ କାର୍ଯ୍ୟଭାର ଗ୍ରହଣ କରାଯାଇଛି । ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୨କୁ ଅଧିକରୁ ଅଧିକ ଲୋକଙ୍କୁ ଅବଗତ କରିବା ଏହାକୁ ତ୍ବରାନ୍ବିତ କରିବା ପାଇଁ ଗତ ତିନିମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ କୋଏମ୍ବାଟୁର, ଜାମସେଦପୁର, ଅହମ୍ମଦାବାଦ, ଲକ୍ଷ୍ନୌ, ନୂଆଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ତଥା ବିଭିନ୍ନ ମେଟ୍ରୋ ସହର ଏବଂ ଦୁବାଇରେ ମଧ୍ୟ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏହି ସମସ୍ତ ରୋଡ୍-ଶୋରୁ ବହୁଳ ଭାବରେ ସକାରାତ୍ମକ ପ୍ରତିକ୍ରିୟା ପାଇବା ପରେ କନକ୍ଲେଭ କର୍ପୋରେଟ୍ ଇଣ୍ଡିଆରୁ ବହୁଳ ଭାବରେ ଅଂଶଗ୍ରହଣ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

 

Breaking News