Report Card Odisha

| Daily Odia News

ଆରମ୍ଭ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ବୁଧବାର ଠାରୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି । କନକ୍ଲେଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ| ଦେଶ ବିଦେଶର ଶିଳ୍ପପତି, ବ୍ୟବସାୟିକ ପ୍ରତିନିଧି, ଉଦ୍ୟୋଗପତି, ପୁଞ୍ଜିପତି ଓ ନିବେଶକଙ୍କ ଏହି ମହା ସମ୍ମେଳନରେ ଯୋଗଦେଇଛନ୍ତି | ୧୩୦ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ମେକ୍ ଇନ୍ ଓଡ଼ିଶାରେ ଯୋଗଦେବା ଲାଗି ୧୧ ହଜାର ୬୦୦ ପଞ୍ଜିକରଣ ହୋଇଛି। ଓଡ଼ିଶାର ଶିଳ୍ପ ସମୃଦ୍ଧିର ବିଭିନ୍ନ ଦିଗକୁ ନେଇ ୧୨୪ ଜଣ ବକ୍ତା ସେମାନଙ୍କ ମତ ରଖିବେ। ଗତ ୨ଟି ସଂସ୍କରଣ ଅପେକ୍ଷା ଚଳିତ ଥର ୬ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ଆଶା ରଖିଛନ୍ତି ସରକାର। ବିଶେଷ କରି ୭ ଟି ପ୍ରମୁଖ କ୍ଷେତ୍ର ଉପରେ ଫୋକସ୍ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ୍, ଫୁଡ୍ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇ.ଟି. ସେକ୍ଟରକୁ ଅଧିକ ଫୋକସ୍ ରହିଛି । ସେହିପରି ମେକ୍ ଇନ୍ ଓଡିଶା ପାଇଁ ଚଳିତ ଥର ଜାପାନ, ନରୱେ ଏବଂ ଜର୍ମାନୀ କଣ୍ଟ୍ରି ପାର୍ଟନର ଥିବା ବେଳେ ମିତ୍ତଲ, ବିର୍ଲା, ବେଦାନ୍ତ, ଜିନ୍ଦଲ ଗ୍ରୁପ୍ ଭଳି ବଡ଼ବଡ଼ କମ୍ପାନୀର ମୁଖ୍ୟମାନେ ଏଥିରେ ଯୋଗ ଦେବେ ବୋଲି ଜଣାପଡିଛି |

Breaking News