ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପର୍ଯ୍ୟଟନ ଶିଳ୍ପ ଭୁଶୁଡିଯିବା ପରେ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ୪ ଦିନିଆ ଭାରତ ଗସ୍ତରେ ଥିବା ମୁଇଜୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦ୍ଵିପାକ୍ଷିକ, ଆଞ୍ଚଳିକ, ଆନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ଏଥିସହ ଘୋର ଆର୍ଥିକ ସଙ୍କଟରୁ ମୁକୁଳିବାକୁ ସେ ପିଏମ୍ ମୋଦୀଙ୍କ ଆଗରେ ଆର୍ଥିକ ସହାୟତା ପ୍ରସ୍ତାବ ରଖିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମୁଇଜୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ। ଏହି ସମୟ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ, ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା କରିବେ। ମୁଇଜୁଙ୍କ ଦ୍ବିପାକ୍ଷିକ ଆଲୋଚନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଯାହା ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆଣିପାରିବ। ସେ ମୁମ୍ବଇ ଓ ବେଙ୍ଗାଲୁରୁରେ ବିଭିନ୍ନ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଯୋଗଦେବେ। ଗତବର୍ଷ ନଭେମ୍ବରରେ ମୁଇଜୁ ମାଳଦ୍ବୀପର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ ଆଡକୁ ଢଳିବା ସହିତ ଭାରତକୁ କଡା ସମାଲୋଚନା କରିଥିଲେ। ଏପରିକି ମାଳଦ୍ବୀପରେ ମୁତୟନ ଭାରତୀୟ ସେନାକୁ ହଟାଇ ନେବାକୁ ନିର୍ଦେଶ ଦେଇଥିଲେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..