Report Card Odisha

| Daily Odia News

ଦୁଇ ଜଣଙ୍କୁ ହତ୍ୟା କଲେ ନକ୍ସଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ଲାଲବାହିନୀ ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି | ମୃତକ ହେଲେ ତାଡ଼ମେଟାଲାର ନାଏବ ସରପଞ୍ଚ ମାଣ୍ଡବୀ ଗଙ୍ଗା ଓ ଅନ୍ୟ ଜଣେ ଗ୍ରାମବାସୀ। ପ୍ରାୟ ୧୦ ଦିନ ତଳେ ନାଏବ ସରପଞ୍ଚ ସମେତ ୧୫ ଜଣ ଗ୍ରାମବାସୀଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ। ନକ୍ସଲମାନେ ପ୍ରଜାକୋର୍ଟ ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗତକାଲି ନାଏବ ସରପଞ୍ଚ ଓ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲ ମାନେ ଏପରି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି। ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ପଡ଼ିଛି। ପୋଷ୍ଟରରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ପୋଲିସ ହତ୍ୟାକାଣ୍ଡ ପରେ ସର୍ଚ୍ଚ ଅପରେସନ ଜୋରଦାର ଜାରିରହିଛି |

Breaking News