ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ସହରରେ ଥିବା ବିମାନ ବନ୍ଦର ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ। ବିମାନବନ୍ଦର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଟର୍ମିନାଲ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମାଗାର କାମ ମଧ୍ୟ ଏକ ପ୍ରକାର ଶେଷ ହେବାକୁ ଯାଉଛି। ଖୁବଶୀଘ୍ର ରନୱେରେ ଟ୍ରାଏଲ ରନ କରିବା ଲାଗି ସ୍ଥିର ହୋଇଥିବା ବେଳେ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛି ପ୍ରଶାସନ। ଦୂରତମ ଜିଲ୍ଲାକୁ ଶୀଘ୍ର ନିର୍ଦ୍ଧାରିତ ବିମାନ ଯୋଗେ ସଂଯୋଗ କରାଯାଉଛି। ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରରେ ଅବତରଣ କରିବେ ଏବଂ ଜାନୁଆରୀ ଆରମ୍ଭରେ ଏହାର ଉଦଘାଟନ କରିବା ନେଇ ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି।






More Stories
୨୮ ଯାଏଁ ଝଡ଼ବର୍ଷା…..
ଜଳିଗଲା ବସ୍….
ବଦଳିଲେ ଏସ୍ସିବି ଡିନ୍ ଓ ଅଧୀକ୍ଷକ…..