ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ଯବାନଙ୍କୁ ଉଦ୍ଧାର କରି ବାସାଗୁଡ଼ା କ୍ୟାମ୍ପରେ ଚିକିତ୍ସା କରାଯାଉଛି । ମିଳିଥିବା ସୂଚନା ଅନୁସାରେ- କୁମ୍ବିଂ ଅପେରସନ ପାଇଁ ବାହାରିଥିଲେ ସିଆରପିଏଫ୍ ଯବାନ । ଆବାପାଲି ଓ ବାସାଗୁଡ଼ା ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ଖଞ୍ଚିଥିଲେ । ଯାହାଫଳରେ ସେହି ରାସ୍ତା ଦେଇ ଯବାନମାନେ ଯାଉଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାମ ସିଲାଚାନ୍ଦ ମିଞ୍ଜ ବୋଲି ଜଣାପଡିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ବାସାଗୁଡ଼ା କ୍ୟାମ୍ପରେ ଚିକିତ୍ସା କରାଯାଉଛି । ବିଜାପୁର ଏସ୍ପି କୋମଳ ଲୋଚନ କାଶ୍ୟବ ଏନେଇ ସୂଚନା ଦେଇଛନ୍ତି ।






More Stories
ଗୋଟିଏ ଅଫିସରେ ରହିପାରିବେନି ୩ ବର୍ଷରୁ ଅଧିକ…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..