ରିପୋର୍ଟ କାର୍ଡ / ମାଲକାନଗିର
ପୁଣି ଥରେ ହିଂସାପରାୟଣ ହୋଇ ରକ୍ତମୁଖା ଲାଲ୍ବାହିନୀ | ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ ଦେଖିବାକୁ ମିଳିଛି । ଘରୁ ଡାକି ନେଇ ଜଣେ ଡିଆର୍ଜି ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ – ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଜବାନ ବେଟ୍ଟି ଭିମା ମଙ୍ଗଳବାର ଦିନ ନିଜ ଗାଁକୁ ଯାଇଥିଲେ । ହେଲେ ରାତିରେ ନିଜ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ମାଓବାଦୀ ପେଟା ଗାଁରେ ତାଙ୍କୁ ବନ୍ଧୁକ ଦେଖାଇ ଘରୁ ଉଠାଇ ନେଇଥିଲେ । ଏହା ପରେ ମାଓବାଦୀ ପଥରରେ ଛେଚିବା ସହ ଗଳା କାଟି ଜବାନଙ୍କୁ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ଏହି ଘଟଣାସଂପର୍କରେ ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..