ରିପୋର୍ଟ କାର୍ଡ / ମାଲକାନଗିର
ପୁଣି ଥରେ ହିଂସାପରାୟଣ ହୋଇ ରକ୍ତମୁଖା ଲାଲ୍ବାହିନୀ | ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ ଦେଖିବାକୁ ମିଳିଛି । ଘରୁ ଡାକି ନେଇ ଜଣେ ଡିଆର୍ଜି ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ – ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଜବାନ ବେଟ୍ଟି ଭିମା ମଙ୍ଗଳବାର ଦିନ ନିଜ ଗାଁକୁ ଯାଇଥିଲେ । ହେଲେ ରାତିରେ ନିଜ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ମାଓବାଦୀ ପେଟା ଗାଁରେ ତାଙ୍କୁ ବନ୍ଧୁକ ଦେଖାଇ ଘରୁ ଉଠାଇ ନେଇଥିଲେ । ଏହା ପରେ ମାଓବାଦୀ ପଥରରେ ଛେଚିବା ସହ ଗଳା କାଟି ଜବାନଙ୍କୁ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ଏହି ଘଟଣାସଂପର୍କରେ ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..