ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ଜାନୁଆରି ୨୯ ତାରିଖ ଦିନ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି। ଦିନତମାମ ସେ ଭୁବନେଶ୍ବରେ ରହି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ପଞ୍ଚାୟତସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରର ନେତାମାନଙ୍କୁ ଏକାଠି ରହିବା ଲାଗି କି କି ସୂତ୍ର ପ୍ରୟୋଗ କରିବାକୁ ହେବ, ସେ ମନ୍ତ୍ର ଦଳର ସର୍ବୋଚ୍ଚ ନେତାଙ୍କ କାନରେ ଫୁଙ୍କିବେ। ଏହାସହିତ ନିର୍ବାଚନ ଜିଣିବାର କୌଶଳ ସଂପର୍କରେ ମଧ୍ୟ ଆଲୋଚନା ହେବ। ଏହି ଅବସରରେ ଶ୍ରୀ ଖଡ଼ଗେ ଦଳର ଛାମୁଆ ସଂଗଠନ ଓ ବିଭିନ୍ନ ବିଭାଗ ସହ ଆଲୋଚନା କରି ସେମାନଙ୍କୁ ମାର୍ଗଦର୍ଶନ ଦେବେ ବୋଲି ଜଣା ପଡିଛି। କେବଳ ସେତିକି ନୁହେଁ, ଏକ ହୋଟେଲ୍ରେ ସେ ରାଜ୍ୟର ବୁଦ୍ଧିଜୀବିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯାତ୍ରା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବେ। ଫେବୃଆରି ୧୪ ତାରିଖରୁ ୪ ଦିନ ଧରି ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ରହିଛି। ଏପଟେ ଆସନ୍ତା ଜାନୁଆରି ୨୧ ତାରିଖରୁ କଂଗ୍ରେସର ବସ୍ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।ଏହା ସମ୍ଭବତଃ ଫେବୃଆରି ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ।






More Stories
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..