Report Card Odisha

| Daily Odia News

ମମତା ସମ୍ପୂର୍ଣ୍ଣ ଠିକ୍ କହିଛନ୍ତି ,ଜୁନ୍ ୪ରେ ଶେଷ ହେବ ପୁରୁଣା ସରକାରଙ୍କ କାର୍ଯ୍ୟକାଳ….

ରିପୋର୍ଟ କାର୍ଡ / ପାଟନା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଜୁନ ୪ରେ କ୍ଷମତାରୁ ଯିବେ। ଲୋକସଭା ନିର୍ବାଚନ ଫଳାଫଳ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯିବ। ମମତା ବାନାର୍ଜୀଙ୍କ ଏହି ଦାବିର ଜବାବ୍ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାରରେ କହିଛନ୍ତି, ମମତା ବାନାର୍ଜୀ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍। ଆମର ସରକାରର କାର୍ଯ୍ୟକାଳ ଜୁନ ୪ରେ ଶେଷ ହେବ ଏବଂ ଏହା ପରେ ଦେଶରେ ଏକ ନୂଆ ସରକାର ଗଠନ ହେବ। ଆମେ ପୁରୁଣା ସରକାର ପରେ ପୁଣି ଦେଶରେ ଏକ ନୂଆ ସରକାର ଗଠନ କରିବୁ। ମମତା ସତ କହିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୋଦୀ କହିଛନ୍ତି। ବିରୋଧୀଦଳ ନେତାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଭିଜ୍ଞ ବିରୋଧୀ ଦଳର ନେତାଙ୍କଠାରୁ ପରାମର୍ଶ ନେବାକୁ ମୁଁ ସର୍ବଦା ପ୍ରସ୍ତୁତ। ଯଦି ସେମାନଙ୍କର କୌଣସି ଅଭିଜ୍ଞ ବ୍ୟକ୍ତି ଅଛନ୍ତି, ଯେଉଁମାନେ ମୋତେ ପରାମର୍ଶ ଦେବାକୁ ଚାହାନ୍ତି, ମୁଁ ତାଙ୍କୁ ସ୍ୱାଗତ କରୁଛି। ଯଦି ଦେଶର ଉନ୍ନତି ପାଇଁ ସେମାନଙ୍କର କିଛି ପ୍ରସ୍ତାବ ଅଛି ତାହାକୁ ମୁଁ ଗ୍ରହଣ କରିବି। ଯଦି ସେଭଳି କେହି ବ୍ୟକ୍ତି ବିରୋଧୀ ଦଳରେ ଅଛନ୍ତି, ମୁଁ ସେମାନଙ୍କୁ ସ୍ୱାଗତ କରୁଛି, ମୁଁ କାହାରି କିଛି କ୍ଷତି କରିବାକୁ ଚାହେଁ ନାହିଁ। ‘ମୁଁ ଏକବିଂଶ ଶତାବ୍ଦୀରେ ଅଷ୍ଟାଦଶ ଶତାବ୍ଦୀରେ ସୃଷ୍ଟି ହୋଇଥିବା ପରମ୍ପରାକୁ ବ୍ୟବହାର କରେ ନାହିଁ। ମୁଁ ‘ପୁରୁଣା ମାନସିକତା’ରୁ ମୁକ୍ତି ପାଇବାକୁ ଚାହୁଁଛି। ଏକବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତ ଗଠନ ପାଇଁ ମୁଁ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ପରମ୍ପରା ଏବଂ ନିୟମକୁ ବ୍ୟବହାର କରିପାରିବି ନାହିଁ। ମୁଁ ସଂସ୍କାର ମାଧ୍ୟମରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି, ମୁଁ ପ୍ରଦର୍ଶନ ଏବଂ ପରିବର୍ତ୍ତନ ଜାରି ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Breaking News