Report Card Odisha

| Daily Odia News

ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯାଏ, କୌଣସି ଆପତ୍ତି ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯାଏ ମୋର କୌଣସି ଆପତ୍ତି ନାହିଁ | ପଶ୍ଚିମବଙ୍ଗରେ ହୋଇଥିବା ସ୍କୁଲ ନିଯୁକ୍ତି ଦୁର୍ନୀତି ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରି ସଂପର୍କରେ ମୁହଁ ଖୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ଦୁର୍ନୀତିକୁ ଆଦୌ ପସନ୍ଦ କରନ୍ତି ନାହିଁ। ଯଦି ଦୋଷ ପ୍ରମାଣିତ ହୁଏ, ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯାଏ ବି ତାଙ୍କର କୌଣସି ଆପତ୍ତି ରହିବ ନାହିଁ । ତେବେ ସବୁ ଲୋକ ସମାନ ନୁହନ୍ତି । ପାର୍ଥ ଚାଟାର୍ଜୀ ଗିରଫ ହେବାର ୨ ଦିନ ପରେ ତାଙ୍କର ଏହି ବୟାନ ଆସିଛି । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ନୀତି ମାମଲାରୁ ନିଜକୁ ଦୂରେଇ ନେଇଛନ୍ତି ମମତା ଓ ଟିଏମସି । ଗତ ଶନିବାରଦିନ ଟିଏମସି ପକ୍ଷରୁ କୁହାଯାଇଥିଲା ଯେ ଜବତ ଟଙ୍କା ସହିତ ତାଙ୍କର କୌଣସି ସଂପର୍କ ନାହିଁ । ଗତ ଶନିବାରଦିନ ଇଡି ପକ୍ଷରୁ ପାର୍ଥଙ୍କୁ ଗିରଫ କରାଯିବା ପରେ ସେ ମମତାଙ୍କୁ ଫୋନ କରିଥିଲେ ବି ସେ ଫୋନ ଉଠାଇନଥିଲେ । ଶୁକ୍ରବାରଦିନ ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଚଢଉ କରି ନଗଦ ୨୧ ଟଙ୍କା ଜବତ କରିଥିଲା । ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ଏହି ଅର୍ଥ ସଂଗ୍ରହ କରାଯାଇଥିବା ଜଣାଯାଇଛି । ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡ ରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇଥିଲା ।

 

Breaking News