Report Card Odisha

| Daily Odia News

ଦୀଘା ଜଗନ୍ନାଥ ମନ୍ଦିର ବିବାଦ:ମୁହଁ ଖୋଲିଲେ ମମତା,ବିଜେପିକୁ କଲେ ଟାର୍ଗେଟ୍……

ରିପୋର୍ଟକାର୍ଡ / ନୂଆଦିଲ୍ଲୀ

ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କହିବାକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ, ସବୁ ସ୍ଥାନରେ ଥାଏ ମଧ୍ୟ । ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ହାୱଡାରୁ ଟାର୍ଗେଟ୍ କରିଛନ୍ତି ମମତା । ତେବେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଗତ କିଛି ଦିନ ହେବ ତେଜିବାରେ ଲାଗିଛି । ପ୍ରାଣ ପ୍ରତିଷ୍ଠା ପର ଠାରୁ ହିଁ ଦୀଘା ଜଗନ୍ନାଥ ଧାମ ନାମକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ପରେ ପୁରୀ ଶ୍ରୀମନ୍ଦିର ନବକଳେବର ବଳକା କାଠରେ ଦୀଘାରେ ୩ ଠାକୁର ତିଆରି ହୋଇଥିବା ନେଇ ବିବାଦ ଉପୁଜିଥିଲା । ଯେଉଁଥିରେ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ସମ୍ପୃକ୍ତି ଥିବାରୁ ତାଙ୍କ ଅଡୁଆ ବଢିଛି । ଆଉ ଆଜି ପୁରୀକୁ ବଙ୍ଗୀୟ ପର୍ଯ୍ଯଟକଙ୍କୁ ନଆସିବାରୁ ବାରଣ କରି ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି । ଏକ୍ସରେ ହାସଗ୍ୟାଗ୍ ବୟକଟ୍ ପୁରୀ ଟୁରିଜିମ୍ ବୋଲି ଟ୍ରେଣ୍ଡ କରୁଛି । ଯାହାକୁ ନେଇ ଓଡିଶା ପ୍ରତି ପଡିଶାର ଷଡ଼ଯନ୍ତ୍ର ବୋଲି କୁହାଯାଉଛି ।

Breaking News