ରିପୋର୍ଟ କାର୍ଡ / ବଲାଙ୍ଗୀର
ମମିତା ହତ୍ୟା ମାମଲାରେ ରାୟପୁର ବୁଝାମଣା ନେଇ ଖୁଲାସା କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର ଏ ପ୍ରସଙ୍ଗରେ ଉଠାଇଥିଲେ, ଆଉ ଏବେ ପୁଣି ଥରେ ରାୟପୁର କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ । ସେପ୍ଟେମ୍ବର ୨୦ରେ ମମିତା ବସ୍ ଯୋଗେ ଘରୁ ବାହାରିଥିଲେ । ଆଉ ମହାଲିଙ୍ଗରୁ ଅଭିଯୁକ୍ତ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇ ଯାଇଥିଲା । ୨୦ରୁ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ରାୟପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅଭିଯୁକ୍ତ ଗୋବିନ୍ଦ ଓ ଶିକ୍ଷୟିତ୍ରୀ ମମିତା ରହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସେଠାରେ ମୁଝାମଣା କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ । ସେଠାରେ କୁଲ ହୋମ ଆପାର୍ଟମେଣ୍ଟରେ ମମିତାଙ୍କ ସହ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ । ହେଲେ ସେପ୍ଟେମ୍ବର ୨୩ରେ ଘରକୁ ଫେରି ଆସିଥିଲେ ମମିତା । ମମିତା ମନ୍ତ୍ରୀ ଓ ଗୋବିନ୍ଦ କଥାରେ ରାଜି ହୋଇନଥିଲେ । ବୁଝାମଣା ହୋଇ ନ ପାରିବାରୁ ମୃତକଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିଲା ଗୋବିନ୍ଦ । ୭ ତାରିଖରେ ମମିତା ଆକାଉଣ୍ଟରେ ୮ ହଜାର ଡିପୋଜିଟ୍ କରିଥିଲା ଅଭିଯୁକ୍ତ । ଆଉ ଟଙ୍କା ଡିପୋଜିଟ୍ କରିବାର ଗୋଟିଏ ଦିନ ପରେ ତତା ୮ ତାରିଖରେ ଗୋବିନ୍ଦ ମମିତାକୁ ଡକାଇ ହତ୍ୟା କରିଥିବା କଥା କହିଛନ୍ତି ସାଲୁଜା ।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..