ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରଖି ଆଜି ଭୁବନେଶ୍ୱରରେ ଆନ୍ଦୋଳନ କରୁଛି ବିଜେପି । ଏହି ଆନ୍ଦୋଳନକୁ ହାଲ୍ଲାବୋଲ ନାଁରେ ନାମିତ କରି ନବୀନ ନିବାସ ଘେରାଉ କରିବାକୁ ବିଜେପି ନିଷ୍ପତ୍ତି ନେଇଛି । ଆଜି ପୂର୍ବାହ୍ନରେ ରାଜମହଲ ଛକରୁ ଏକ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଘେରାଉ କରିବ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି । ଏସବୁର ତଦନ୍ତ ପାଇଁ ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୋଲିସ୍। ଗୋବିନ୍ଦଙ୍କ ହସ୍ତାକ୍ଷର ଯାଞ୍ଚ କରିବାକୁ ପୋଲିସ ବଙ୍ଗୋମୁଣ୍ଡା ଜେଏମ୍ଏଫସିରେ ଆବେଦନ କରିଥିବା ସୂଚନା ମିଳିଛି। ଗୋବିନ୍ଦର ହସ୍ତାକ୍ଷର ଯାଞ୍ଚ କରିବା ପରେ କିଛି ପ୍ରମାଣ ଯୋଗାଡ଼ କରିବାକୁ ଯୋଜନା ରଖାଯାଇଥିବା ଜଣାପଡୁଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..