Report Card Odisha

| Daily Odia News

ମ୍ୟୁନିସିପାଲଟି ନିର୍ବାଚନରେ ବି ବାଜିମାରିଲା ଟିଏମସି, ୧୩୪ ସିଟ୍ ର ବିଜୟୀ…..

ରିପୋର୍ଟ କାର୍ଡ / କୋଲକାତା

କୋଲକାତା ମ୍ୟୁନିସିପାଲଟି ନିର୍ବାଚନରେ ଜଲଓ୍ଵା ଦେଖାଇଲେ ମମତା ବାନାର୍ଜୀ । ମ୍ୟୁନିସିପାଲଟିର ୧୪୪ ଓ୍ଵାର୍ଡରେ ହୋଇଥିବା ନିର୍ବାଚନରେ ତୃଣମୂଳ କଂଗ୍ରେସ କ୍ଲିନ ସୁଇପ୍ କରି ୧୩୪ ଓ୍ଵାର୍ଡରେ ବିଜୟୀ ହୋଇଛି। କେବଳ ଏତିକି ନୁହେଁ ତିନି ଓ୍ଵାର୍ଡ ଜିତିଥିବା ସ୍ଵାଧୀନ ପ୍ରାର୍ଥୀ ଟିଏମସିରେ ମିଶିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ମିଶାଇ କୋଲକାତା ନଗର ନିଗମ ନିର୍ବାଚନର ୧୩୭ ଆସନ କବଜା କରିଛି ଟିଏମସି। ଅନ୍ୟପଟେ ବିଜେପି ମାତ୍ର ୩ ଟି ଆସନ ଜିତିବାକୁ ସକ୍ଷମ ହୋଇଛି। କଂଗ୍ରେସ ଓ ସିପିଏମର ଅବସ୍ଥା ନିର୍ଦ୍ଦଳୀୟଙ୍କଠୁ ଆହୁରି ଶୋଚନୀୟ ରହିଛି। ଦୁଇ ଦଳ ୨-୨ ଓ୍ଵାର୍ଡ ଜିତିଛନ୍ତି। କୋଲକାତା ନଗର ନିଗମ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରିବର୍ତ୍ତେ ଆହୁରି ନିମ୍ନାଗାମୀ ହୋଇଛି। ୫ ବର୍ଷ ପୂର୍ବେ ଦଳ ଏଠାରେ ୫ଟି ଓ୍ଵାର୍ଡ ଜିତିଥିବା ବେଳେ ଏଥର ଦୁଇଟି ଓ୍ଵାର୍ଡ ହରାଇଛି। ଏହା ମଧ୍ୟରେ ଓ୍ଵାର୍ଡ ନମ୍ଵର ୧୩୫ରୁ ବିଜୟ ହାସଲ କରିଥିବା ରୁବିନା ନାଜ ଆଜି ହିଁ ଟିଏମସିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସ୍ଵାମୀ ଟିଏମସିର ନେତା। ଅନ୍ୟ ଦୁଇ ନିର୍ଦ୍ଦଳୀୟ ବିଜେତା ପୁରବାସା ନାସ୍କର ଓ ଆଏସା କନିଜ ମଧ୍ୟ ଟିଏମସିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଗୋଆ ଓ ୟୁପି ବିଧାନସଭା ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଥିବା ମମତା ବାନାର୍ଜୀ ଏହି ଫଳାଫଳକୁ ବିରୋଧୀଙ୍କ ପାଇଁ ଉଚିତ୍ ଶିକ୍ଷା ବୋଲି କହିଛନ୍ତି। ମମତା କହିଛନ୍ତି, କୋଲକାତାବାସୀ ବିଜେପି ଓ ଲେଫ୍ଟକୁ ଧୂଳି ଚଟାଇଛନ୍ତି। ଏହି ଦୁଇ ପରାଜିତଙ୍କ ମଧ୍ୟରେ କଂଗ୍ରେସ ମଧ୍ୟ ଦବି କି ରହିଗଲା। ଏହା ଜାତୀୟ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଛି। ମୋତେ ପୂରା ବିଶ୍ଵାସ ଯେ ପଶ୍ଚିମବଙ୍ଗ ଓ କୋଲକାତା ଲୋକେ ସମଗ୍ର ଦେଶକୁ ସଠିକ୍ ରାସ୍ତା ଦେଖାଇବେ।

 

 

Breaking News