ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଁ ଦେଖିବାକୁ ଚାହୁଁଛି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପରାଜୟ। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି | ଏଥିଲାଗି ପୁଣି ଥରେ ‘ଖେଲା ହୋବେ’ ବୋଲି ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ସେହିପରି ଧୂଳି ଚାଟିବ ଯେପରି ଗତ ବେଙ୍ଗଲ ବିଧାନସଭା ନିର୍ବାଚନରେ ପରାଜୟ ଚାଖିଥିଲା। ଆସନ୍ତା ୧୯ ଡିସେମ୍ବର କୋଲକାତା ନଗର ନିଗମ ନିର୍ବାଚନ ଲାଗି ଫୁଲବାଗାନ ଅଞ୍ଚଳରେ ବୁଧବାର ଏକ ଜନସମାବେଶକୁ ସମ୍ବୋଧିତ କରୁଥିବା ବେଳେ ମମତା ଏହି ଆହ୍ୱାନ ଦେଇଥିଲେ। ସେ କହିଛନ୍ତି ଯେ ଲୋକେ ତୃଣମୂଳକୁ ଲଗାତାର ତୃତୀୟ ବାର ରାଜ୍ୟର କ୍ଷମତା ସମର୍ପିଛନ୍ତି। ଏଣୁ ଲୋକଙ୍କୁ ନିରାଶ କରିବନି ତାଙ୍କ ପାର୍ଟି, ଏଥିଲାଗି ତୃତୀୟ ଥର ସରକାରରେ ସେ ରାଜ୍ୟରେ ରୋଜଗାର ଅଭିବୃଦ୍ଧି ଉପରେ ପ୍ରାଥମିକତା ଦେଉଛନ୍ତି। ଏହି ଉଦ୍ଦେଶ୍ୟ ପୂରଣ କରିବା ଲାଗି ରାଜ୍ୟରେ ଉଦ୍ୟୋଗ ସୃଷ୍ଟି କରିବାକୁ ହେବ। ଯାହା ଦ୍ୱାରା ଲୋକଙ୍କୁ ରୋଜଗାର ଯୋଗାଇ ହେବ ବୋଲି ମମତା ବାନାର୍ଜୀ କହିଛନ୍ତି। ଗତ ବିଧାନସଭା ନିର୍ବାଚନ କାଳରେ ବିଜେପି ରାଜ୍ୟରେ ଯେପରି ପ୍ରଚାର ଅଭିଯାନ ଚଳାଇଥିଲା ସେଥିରେ ରାଜ୍ୟବାସୀ ଆତଙ୍କିତ ହୋଇପଡିଥିଲେ। ତେବେ ବେଙ୍ଗଲ ଏକ ସାମ୍ପ୍ରଦାୟୀକ ସଦଭାବନାପୂର୍ଣ୍ଣ ସ୍ଥାନ। ସେ କହିଛନ୍ତି ଯେ ଆଜି ବେଙ୍ଗଲ ଯାହା ଭାବୁଛି କାଲି ସାରା ଭାରତ ଏହା ଭାବିବାକୁ ବାଧ୍ୟ ହେବ। ଆମେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କେନ୍ଦ୍ରରେ ହରାଇବା ବୋଲି ମମତା ଖୋଲାଖୋଲି ଘୋଷଣା କରିଛନ୍ତି। ସେମାନେ ଦେଶରେ ସେହିପରି ହାର ଦେଖିବେ ଯାହା ଆମେ ଗତ ବିଧାନସଭା ନିର୍ବାଚନରେ ସେମାନଙ୍କୁ ଚଖାଇଛେ ବୋଲି ମମତା କହିଛନ୍ତି। ଏହା ପୂର୍ବରୁ ମମତା ଗୋଆ ଗସ୍ତରେ ଥିଲେ। ଦୁଇ ଦିବସୀୟ ଗସ୍ତରୁ ଫେରିବା ପରେ ଫୁଲବାଗାନରେ ମମତାଙ୍କ ଏହା ପ୍ରଥମ ଜନସମାବେଶ ଥିଲା। ଏଥିରେ ସେ ପୁଣି ଥରେ ‘ଖେଲା ହୋବେ’ ମନେ ପକାଇଦେଇଛନ୍ତି। ଏହି ସ୍ଲୋଗାନ ଟିଏମସି ଗତ ବିଧାନସଭା ନିର୍ବାଚନରେ ଦେଇଥିଲା। ଯାହାକୁ ନିର୍ବାଚନରେ ବିପୁଳ ଜନସମର୍ଥନ ମିଳିଥିଲା। ନିର୍ବାଚନରେ ଜିତିବା ପରଠାରୁ ମମତା ସାରା ଦେଶରେ ବିରୋଧୀ ଦଳଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି। ଏହା ସହ ଗୋଆ ଓ ତ୍ରିପୁରାରେ ମଧ୍ୟ ନିଜ ପାର୍ଟିର ସମ୍ପ୍ରସାରଣ କରୁଛନ୍ତି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..