ରିପୋର୍ଟ କାର୍ଡ / ପୁନେ
ପରକୀୟା ପ୍ରୀତିକୁ ନେଇ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣାକୁ ଆଶ୍ଚର୍ଯ୍ୟ କରିବ | ମହାରାଷ୍ଟ୍ରର ପୁନେରେ ଜଣେ ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡ ସହ ହୋଟେଲରେ ସାକ୍ଷାତ କରିବା ପାଇଁ ଏମିତି ଉପାୟ ଆପଣାଇଛନ୍ତି ଯେ ଶେଷ ସେହି ବ୍ୟକ୍ତି ଓ ତାଙ୍କ ପ୍ରେମିକାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବ୍ୟକ୍ତି ଜଣକ ବିବାହିତ ଅଛନ୍ତି। ହେଲେ ସେ ନିଜ ପତ୍ନୀଙ୍କ ଠାରୁ ଲୁଚିକି ଗାର୍ଲଫ୍ରେଣ୍ଡ ସହ ସାକ୍ଷାତ କରିବାକୁ ପୁନେର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ନିଜ ଗାର୍ଲଫ୍ରେଣ୍ଡକୁ ହୋଟେଲ ଭିତରକୁ ପ୍ରବେଶ କରାଇବା ପାଇଁ ନିଜ ପତ୍ନୀର ଆଧାର କାର୍ଡର ବ୍ୟବହାର କରିଥିଲେ। ମାମଲା ସାମ୍ନାକୁ ଆସିବା ପରେ ବ୍ୟକ୍ତି ଓ ପ୍ରେମିକାଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ଏ ନେଇ ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ଉଭୟଙ୍କ ବିରୋଧରେ ମଙ୍ଗଳବାର ହିଞ୍ଜେୱାଡି ଥାନାରେ ମାମଲା ଦାୟର କରାଯାଇଥିଲା। ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଛି, ସେ ଗୁଜରାଟରେ ରୁହନ୍ତି ଏବଂ ପେସାରେ ସେ ଜଣେ ବ୍ୟବସାୟୀ। ତାଙ୍କ ପତ୍ନୀ ଏକ କମ୍ପାନୀରେ ଡାଇରେକ୍ଟର ଅଛନ୍ତି। ପୁଲିସ୍ ମୁତାବକ, ସେହି ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ହିଁ ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁଯାୟୀ, ବ୍ୟକ୍ତି ମହିଳା ଜଣକ ନିଜ ପତିଙ୍କ କାରରରେ ଏକ ଜିପିଏସ୍ ଡିଭାଇସ୍ ଲଗାଇଥିଲେ, ଯେଉଁଥିରୁ ଜଣାପଡ଼ିଛି ଯେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଧୋକା ଦେଉଛନ୍ତି। ମହିଳା ଜଣକ ମଧ୍ୟ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି, ମହିଳାଙ୍କ ପତିଙ୍କର ଏସୟୁଭି କାରରେ ଜିପିଏସ୍ ଟ୍ରାକର୍ ଲଗାଯାଇଥିଲା। ଗତବର୍ଷ ନଭେମ୍ବରରେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ କାମ ପାଇଁ ବାଙ୍ଗାଲୋର ଯାଉଥିବା କହିଥିଲେ। ହେଲେ ଟ୍ରାକରରୁ ଜଣା ପଡ଼ିଲା ଯେ ସେ ତାଙ୍କ କାର୍ ପୁନେରେ ମିଳିଥିଲା। ଏହା ପରେ ମହିଳା ଜଣକ ହୋଟେଲ ସହ ଯୋଗଯୋଗ କରିଥିଲେ। ସେଠାକାର କର୍ମଚାରୀ କହିଥିଲେ ଯେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ସହ ଚେକଇନ୍ କରିଥିଲେ। ମାମଲାର ଖୁଲାସା ପରେ ପୋଲିସ ଯେତେବେଳେ ସିସିଟିଭି ଫୁଟେଜ୍ ଯାଞ୍ଚ କଲା, ସେଥିରୁ ଜଣାପଡ଼ିଲା ଯେ ବ୍ୟକ୍ତି ଜଣକ ଆଧାର କାର୍ଡ ଜରିଆରେ ଅନ୍ୟ ଜଣେ ମହିଳାଙ୍କ ସହ ହୋଟେଲକୁ ଯାଇଥିଲେ। ଅଭିଯୁକ୍ତ ଓ ତା’ର ପ୍ରେମିକା ବିରୋଧରେ ଆଇପିସି ଧାରା ୪୧୯ ଆଧାରରେ ଠକାମିର ମାମଲା ଦାୟର କରାଯାଇଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..