ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗିଦେଲା ନୃଶଂସ ପ୍ରେମିକ | ୧୮ ଦିନ ଧରି ନିଜ ପ୍ରେମିକାର ମୃତ ଦେହକୁ ଜଙ୍ଗଲରେ ପୋତିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପ୍ରେମିକ ଲାଇଫ ପାର୍ଟନରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ୩୫ ଖଣ୍ଡ କରିବା ଭଳି ଲୋମଟାଙ୍କୁରା ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀ ଜଣକ ହେଲେ ୨୬ ବର୍ଷୀୟ ଶ୍ରଦ୍ଧ। ଅଭିଯୁକ୍ତ ଜଣକ ହେଲେ ଅଫତାବ ଅମିନ ପୁନୱାଲା। ପ୍ରେମିକାର ଶରୀରକୁ ଖଣ୍ଡ ଖଣ୍ଡ କରି ୧୮ ଦିନ ହେବ ଦିଲ୍ଲୀର ମେହରୁଲି ଜଙ୍ଗଲରେ ପୋତୁଥିବା ପୋଲିସ କହିଛି। ସୂଚନା ଅନୁସାରେ- ପ୍ରେମିକ ଅଫତାବ ଜଣକ ଲାଇଫପାର୍ଟନରଙ୍କୁ ହତ୍ୟା କାରି ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା। ଅଫତାବ ଶରୀରର ଅଙ୍ଗଗୁଡ଼ିକୁ ପକାଇବା ପାଇଁ ପ୍ରତିଦିନ ରାତି ୨ଟାରେ ବାହାରକୁ ଯାଆନ୍ତି। ଗତ ମେ ୧୮ତାରିଖରେ ଅଫତାବ ଓ ପାର୍ଟନର ଶ୍ରଦ୍ଧାଙ୍କ ମଧ୍ୟରେ କଳହ ଉପୁଜିଥିଲା। ଏଥିରେ ଅଫତାବ ଉତକ୍ଷିପ୍ତ ହୋଇ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ସେ ତାଙ୍କ ଶରୀରକୁ ୩୫ଖଣ୍ଡ କରି କାଟି ଫ୍ରିଜ୍ ରଖିଥିଲେ। ପରେ ୧୮ ଦିନ ଧରି ଏହାକୁ ମେହରୁଲି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ଖଣ୍ଡ ଖଣ୍ଡ କରିଥିଲେ। ୨୬ ବର୍ଷୀୟ ଶ୍ରଦ୍ଧା ମୁମ୍ବାଇର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ଯେଉଁଠି ସେ ଅଫତାବଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଡେଟିଂ ହୋଇ ପ୍ରେମ ହୋଇଥିଲା। ଉଭୟେ ଏକାଠି ରହୁଥିଲେ। କିନ୍ତୁ ଏହା ପ୍ରେମ ସମ୍ପର୍କକକୁ ଶ୍ରଦ୍ଧାଙ୍କ ପରିବାର ସ୍ୱିକୃତୀ ଦେଇ ନଥିଲେ। ପରେ ଦୁହେଁ ଦିଲ୍ଲୀ ପଳାଇ ଆସିଥିଲେ। ଦିଲ୍ଲୀର ମେହରୁଲିର ଏକ ଫ୍ଲାଟରେ ସେମାନେ ରହୁଥିଲେ । ପରେ ଶ୍ରଦ୍ଧା ନିଜ ପରିବାର ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ । ଗତ ନଭେମ୍ବର ୮ତାରିଖରେ ଝିଅର ବାପା ବିକାଶ ମଦାନ ଝିଅ କଥା ବୁଝିବାକୁ ଦିଲ୍ଲୀ ଆସିଥିଲେ। ଯେତେବେଳେ ସେ ଫ୍ଲାଟରେ ପହଞ୍ଚିଲେ ତାହା ତଲା ପଡ଼ିଥିଲା । ଏନେଇ ସେ ମେହରୁଲି ପୋଲିସରେ ଅଭିଯୋଗ କଲେ। ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିବା ଅନୁଯାୟୀ ଶ୍ରଦ୍ଧା ତାଙ୍କ ପ୍ରେମିକ ଅଫତାବଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଫତାବ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।






More Stories
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..
ଆଜି ଭାରତ ଆସୁଛନ୍ତି ପୁଟିନ୍……