ରିପୋର୍ଟ କାର୍ଡ / ସମ୍ବଲପୁର
ଆଜି ମର୍ଣ୍ଣିଂୱାକ୍ କରିବାକୁ ଯାଉଥିବା ବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍ ମାଡ଼ି ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ। ଏଭଳି ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଓ ଆଇନଜୀବୀ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଜାଳି ଦେଇଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚି ନଥିବା ବେଳେ ଧୁଳି ଦ୍ୱାରା ପୋଲିସ ନିଆଁ ଲିଭାଇବାକୁ ଚେଷ୍ଟା କରିଛି। ନିକଟରେ ଡିଜେଲ ଟ୍ୟାଙ୍କର ଥିବାରୁ ବଡ଼ ଦୁର୍ଘଟଣା ଆଶଙ୍କାରେ ପୋଲିସ ସ୍ଥିତି ଉପରେ କଡ଼ା ନଜର କରିଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..