Report Card Odisha

| Daily Odia News

ମାନବ ଜାତି ଉପରେ ହୋଇଥିବା ଆତଙ୍କି ଆକ୍ରମଣ ବିଶ୍ୱ ଇତିହାସ ଏହି ଦିନଟକୁ ସ୍ମରଣ ରଖିବ:ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କି ଆକ୍ରମଣ ସମଗ୍ର ମାନବ ଜାତି ଉପରେ ଆକ୍ରମଣ ହୋଇଥିଲା । ସେହିଭଳି ଆକ୍ରମଣର ସ୍ଥାୟୀ ସମାଧାନ ଭାରତରେ ଶିକ୍ଷା ଦିଆଯାଉଥିବା ମାନବୀୟ ମୂଲ୍ୟବୋଧରେ ଦେଖିବାକୁ ମିଳିଥାଏ ବୋଲି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜରାଟର ଅହମଦାବାଦରେ ସର୍ଦାରଧାମ ଭବନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ୧୯୮୩ ସେପ୍ଟେମ୍ବର ୧୧ ତାରିଖରେ ସ୍ୱାମୀ ବିବେକାନନ୍ଦ ଚିକାଗୋରେ ଭାଷଣ ଦେଇ ସାରା ବିଶ୍ୱକୁ ଆମର ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେଇଥିଲେ। ସେଥିପାଇଁ ଏହି ଦିବସ ତାତ୍ପର୍ଯ୍ୟ ରଖୁଛି। ପ୍ରଧାନମନ୍ତ୍ରୀ କହିଲେ ମାନବ ଜାତି ଉପରେ ହୋଇଥିବା ଆତଙ୍କି ଆକ୍ରମଣ ପାଇଁ ବିଶ୍ୱ ଇତିହାସ ଏହି ଦିନଟକୁ ସ୍ମରଣ ରଖିବ, କିନ୍ତୁ ସେହି ଦିନ ମଧ୍ୟ ଆମକୁ ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେଇଥିଲା। ଅହମଦାବାଦରେ ସ୍ଥାପନ କରାଯାଇଥିବା ସର୍ଦାରଧାମ ଭବନରେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧୁନିକ ସୁବିଧା ସୁଯୋଗ ରହିଛି। ଏଠାରେ ଥିବା କନ୍ୟା ଛାତ୍ରାବାସରେ ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ୨୦୦୦ ଛାତ୍ରୀ ରହିବା ବ୍ୟବସ୍ଥା ରହିଛି। କୋଭିଡ-୧୯ ବୈଶ୍ୱିକ ମହାମାରୀ ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ବିଶ୍ୱର ସମସ୍ତ ଅର୍ଥନୀତିକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏଥିରୁ ବାଦ୍‍ ପଡିନାହିଁ, କିନ୍ତୁ ଭାରତର ଅର୍ଥନୀତି ଯେତିକି ତଳକୁ ଖସିଥିଲା ପୁଣି ତାହା ପୂର୍ବ ଅବସ୍ଥାକୁ ଫେରୁଛି।

Breaking News