ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜେରା ଜାରିରହିଛି । କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଜେରା ନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲେ ଶର୍ମିଷ୍ଠା। ତଦନ୍ତ ସମୟରେ ଭୁବନେଶ୍ୱର ଛାଡି ପଳାଇଥିଲେ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ। ପୋଲିସକୁ ଚକମା ଦେବାକୁ ନିଜ ମୋବାଇଲ ସିମ୍ କାର୍ଡ ମଧ୍ୟ ବଦଳାଉଥିଲେ। ପୋଲିସ ଗିରଫ ଭୟରେ ନିଜ ମୋବାଇଲକୁ ଭୁବନେଶ୍ୱରସ୍ଥିତ ଫ୍ଲାଟରେ ଛାଡି ଦେଇଥିଲେ ଶର୍ମିଷ୍ଠା। ସମ୍ପର୍କୀୟଙ୍କ ସହ କଥା ହେବାକୁ ନୂଆ ସିମ୍ କିଣିଥିଲେ। ଆଗରପଡାରୁ ଗୋଟିଏ ନୂଆ ସିମ୍ ଏବଂ କୋଲକାତାରୁ ଦୁଇଟି ନୂଆ ସିମ୍ କିଣିଥିଲେ ଶର୍ମିଷ୍ଠା। ୭ ମାର୍ଚ୍ଚରେ ଶର୍ମିଷ୍ଠା ଯାଜପୁର କାଳିଆପାଣିସ୍ଥିତ ନିଜ ଶାଶୁଙ୍କ ଘରକୁ ଯାଇଥିଲେ । ସେଠାରେ ସେ ୩ ଦିନ ରହିଥିଲେ ବୋଲି ଜେରା ବେଳେ କ୍ରାଇମ୍ବ୍ରାଞ୍ଜ ଜାଣିବାକୁ ପାଇଛି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..