Report Card Odisha

| Daily Odia News

କୋର୍ଟରେ ହାଜର ହେଲେ ଶର୍ମିଷ୍ଠା ଓ ଝୁନା…..

ରିପୋର୍ଟ କାର୍ଡ / କଟକ

ବହୁଚର୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ଶର୍ମିଷ୍ଠା ଓ ଝୁନା କୋର୍ଟରେ ହାଜର ହୋଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ପରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାକୁ ଚାନ୍ଦବାଲି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ଏମାନଙ୍କୁ କଟକ କ୍ରାଇମବ୍ରାଂଚ ମୁଖ୍ୟାଳୟରୁ ଚାନ୍ଦବାଲି ନିଆଯାଇଛି । ଖବର ଅନୁଯାୟୀ, ଦୁଇ ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ ଅବଧି ବୁଧବାର ଶେଷ ହୋଇଛି । ତେବେ ଯେଉଁ ମେମୋରୀ ଚିପ୍ କୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ତାହା ଏବେ କେଉଁଠି ତାର ଠୋସ୍ ପ୍ରମାଣ ଏଯାଏ ମିଳିନି । ଚିପ୍ ଖୋଜି ନିରାଶ ହୋଇଛି ତଦନ୍ତକାରୀ ସଂସ୍ଥା । କ୍ରାଇମବ୍ରାଞ୍ଚ ମାନସଙ୍କ ରଣପୁର ସ୍ଥିତ ଘର, ଭୁବନେଶ୍ବରରେ ମାନସ ରହୁଥିବା ସ୍ଥାନରେ ଚିପ୍ ଖୋଜାଖୋଜି କରିଥିଲେ ମଧ୍ୟ ଏହାକୁ ପାଇନି। ତେବେ ଛାନଭିନ୍ ବେଳେ ଜଣାପଡିଛି ଯେ ମେମୋରି ଚିପ୍ ଫେରାଇବା ପାଇଁ ମାନସ ୧୦ ହଜାର ଟଙ୍କା ମାଗୁଥିଲେ । ହେଲେ ଶର୍ମିଷ୍ଠା ଟଙ୍କା ଦେବାକୁ ମନା କରିଦେଇଥିଲେ । ଟଙ୍କା ନଦେଇ ମେମୋରି ଚିପ୍ ପାଇବା ଲାଗି ସମସ୍ତେ ମିଶି ମାନସଙ୍କୁ ପିଟିପିଟି ମାରିଦେଇଥିଲେ । ଚିପ୍ ଆଦାୟ ପାଇଁ ଏହି ଘଟଣାର ଅନ୍ୟତମ ଗିରଫ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କ ସହ ଶର୍ମିଷ୍ଠା ଆଲୋଚନା କରିଥିଲେ ବୋଲି ଝୁନା କହିଛି ।

Breaking News