ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅମରନାଥ ଯାତ୍ରା ପାଇଁ ଯିବାକୁ ଚାହୁଥିବା ଭକ୍ତ ରେଜିଷ୍ଟ୍ରେସନ କରିପାରିବେ | କରୋନା ମହାମାରୀ କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ବାବା ଅମରନାଥ ଯାତ୍ରାଙ୍କ ଚଳିତ ବର୍ଷ ୩୦ ଜୁନରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ୧୧ ଏପ୍ରିଲରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଏନେଇ ବୋର୍ଡର କହିବା ଅନୁଯାୟୀ ଗୋଟିଏ ଦିନରେ ୨୦ ହଜାର ଲୋକଙ୍କ ପଞ୍ଜୀକରଣ ହୋଇପାରିବ । ଏତିକି ନୁହେଁ କେବଳ ସ୍ରାଇନ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ କାଉଣ୍ଟର ଦ୍ୱାରା ବାବା ଅମରନାଥଙ୍କ ଯାତ୍ରା ପାଇଁ ରେଜିଷ୍ଟ୍ରେସନ ହୋଇପାରିବ । ସୂଚନାଯୋଗ୍ୟ, ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ୭୫ ବର୍ଷରୁ ଅଧିକ ବୟସ ଲୋକ ଏବଂ ୧୩ ବର୍ଷରୁ କମ୍ ବୟସର ପିଲାଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି ନାହିଁ । ଏହା ସହ ଦେଢ଼ ମାସରୁ ଅଧିକ ଗର୍ଭବତୀ ମହିଳା ମଧ୍ୟ ଅମରନାଥ ଯାତ୍ରା କରିପାରିବେ ନାହିଁ ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..