ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ଘଟଣା ଜଟିଳ ହେବାରେ ଲାଗିଛି । ମୁଖ୍ୟ ସନ୍ଦିଗ୍ଧ କୁହାଯାଉଥିବା ସଂପୂର୍ଣ୍ଣା ସାପ୍ତାହିକ ପତ୍ରିକାର ମାଲିକାଣୀ ଶର୍ମିଷ୍ଠାଙ୍କ ଲିଙ୍କ ନେଇ ଚର୍ଚ୍ଚା ବଢୁ ଥିବା ବେଳ ସେ ଫେରରଥିବା ଜଣାପଡିଛି | ଏହି ମାମଲାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି ନେଇ କିଛି ଠୋସ୍ ସୂଚନା ମିଳିଛି । ସମ୍ପୃକ୍ତ ମହିଳା ଜଣଙ୍କ ଏୟାରଫିଲଡ଼ ଥାନା ବିରିବନ୍ଧରେ ରହୁଥିଲେ । ତାଙ୍କ ନାମ ଝୁନା ବୋଲି କୁହାଯାଉଛି । ଘଟଣା ପରଠାରୁ ତାଙ୍କର ପତ୍ତାନାହିଁ । ସେ ମୁଖ୍ୟ ସନ୍ଦିଗ୍ଧ କୁହାଯାଉଥିବା ଶର୍ମିଷ୍ଠାଙ୍କ ସହ ସ୍କୁଟିରେ କେଉଁଆଡ଼େ ଚାଲିଯାଇଥିବା କୁହାଯାଉଛି । ଘରୁ ଯିବା ପରେ ସେ ପରିବାର ଲୋକଙ୍କୁ ଫୋନ କରି ୫ ଦିନ ବାହାରେ ରହିବେ ବୋଲି କହିଥିଲେ । ପୋଲିସ ଏହି ସବୁ ସୂଚନା ଭିତରେ ତଦନ୍ତ କରୁଥିବା ଜଣାଯାଇଛି । ମୁଖ୍ୟ ସନ୍ଦିଗ୍ଧଙ୍କ ପାଖରେ ପହଞ୍ଚିଗଲେ, ମାନସ ହତ୍ୟା କାରଣ ଜଣାପଡିବ ।
More Stories
ଆସୁଛି ଲଘୁଚାପ !ପ୍ରବଳ ବର୍ଷା ସମ୍ଭାବନା…..
‘Gen-Z ବଞ୍ଚାଇବ ସମ୍ବିଧାନ: ରାହୁଲ…..
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..